କଳାକେନ୍ଦ୍ର ଫାଉଣ୍ଡେସନ୍ ର ଦ୍ଵିତୀୟ ବାର୍ଷିକୋତ୍ସବ
କଳାକେନ୍ଦ୍ର ଫାଉଣ୍ଡେସନ୍ ର ଦ୍ଵିତୀୟ ବାର୍ଷିକୋତ୍ସବ
କଟକ/ସାଲେପୁର ୧୦-୦୪-୨୦୨୫(ଏସ .ଏମ ) : କଳାକେନ୍ଦ୍ର ଫାଉଣ୍ଡେସନ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଦୁଇ ଦିନ ଧରି କଟକ ସାଲେପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀମତି ଅନିତା ସାହୁ(ସାଲେପୁର ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ),ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ(ବରିଷ୍ଠ ସାମ୍ବାଦିକ,ସମାଜ),ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ରାଉତ (ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ,ସମାଜ ସେବୀ) ଉତ୍ସବରେ ଉପସ୍ଥିତ ରହି କୃତି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ।