କାରକୁ ବଞ୍ଚେଇବାକୁ ଯାଇ ଡ଼ିଭାଇଡର ଉପରେ ମାଡିଗଲା ବସ
କାରକୁ ବଞ୍ଚେଇବାକୁ ଯାଇ ଡ଼ିଭାଇଡର ଉପରେ ମାଡିଗଲା ବସ
ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ | ଅଳ୍ପକେ ରକ୍ଷା ପାଇଲେ ସମସ୍ତ ଯାତ୍ରୀ | କାରକୁ ବଂଚେଇବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି |
ଭଦ୍ରକ/ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) : ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ | ଅଳ୍ପକେ ରକ୍ଷା ପାଇଲେ ସମସ୍ତ ଯାତ୍ରୀ | କାରକୁ ବଂଚେଇବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି | ମିଳିଥିବା ସୂଚନା ମୁତାବକ ଅଭଣାରୁ ଭୁବନେଶ୍ୱର ଅଭିମୁଖେ ଶାନ୍ତିଲତା ନାମକ ଏହି ବସ ଆସୁଥିଲା |ଶାନ୍ତିଲତା ବସ ଭଦ୍ରକ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ପହଂଚିବା ମାତ୍ରେ ସାମ୍ନା ପଟେ ଏକ କାର ଆସିଯିବାରୁ ହଠାତ ବସଟି ଭାରସାମ୍ୟ ହରାଇ ଏକ ଡିଭାଇଡର ଉପରେ ମାଡିଯାଇଥିଲା | ଡ୍ରାଇଭର ଜଣକ କାରକୁ ବଞ୍ଚାଇବାକୁ ଡିଭାଇଡର ଉପରେ ବସ ଚଢ଼ାଇଦେଇଥିଲେ | ବସଟିର ସାମ୍ନା ପଟ ନଷ୍ଟ ହୋଇ ଯାଇଥିବାବେଳେ ସମସ୍ତ ଯାତ୍ରୀ ରକ୍ଷା ପାଇଯାଇଛନ୍ତି |