ରାଜ୍ୟ

କାଳବୈଶାଖୀରେ ଜନଜୀବନ ଅସ୍ତବ୍ୟସ୍ତ

କାଳବୈଶାଖୀରେ ଜନଜୀବନ ଅସ୍ତବ୍ୟସ୍ତ

ବାରଙ୍ଗ/ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) :  କାଳବୈଶାଖୀ ପ୍ରଭାବରେ ରଘୁନାଥପୁର ଓ ନନ୍ଦନବିହାର ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରଘୁନାଥପୁର ଛକରେ ମେଡିଆନ୍‌ ଉପରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ପଟିଆ-ନନ୍ଦନକାନନ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛକୁ କାଟି ହଟାଇଥିଲେ। ଫଳରେ ଯାତାୟାତ ସ୍ବାଭାବିକ ହୋଇଥିଲା। ସେହିଭଳି ନନ୍ଦନବିହାର ବ୍ୟାଙ୍କ କଲୋନିରେ ଜଳ ନିଷ୍କାସନ ଡ୍ରେନ୍ ଜାମ୍‌ ହୋଇଯିବାରୁ ଲୋକଙ୍କ ଘରେ ବର୍ଷାପାଣି ପଶିଯାଇଥିଲା। ଦମକଳ ବିଭାଗ ଓ ପୁଲିସ୍‌କୁ ସୂଚନା ଦେବା ପରେ ବର୍ଷାଜଳ ନିଷ୍କାସିତ ହୋଇଥିଲା। ସୂଚନା ଅନୁସାରେ ଏହି ସ୍ଥାନରେ ମାତ୍ର ଅ ଘଣ୍ଟା ଲଗାଣ ବର୍ଷା ହେଲେ ନଦୀର ଭ୍ରମ ସୃଷ୍ଟି ହୋଇଥାଏ। ଏହି ସମସ୍ୟା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।     

ରାସ୍ତାରେ ଗଛ ଉପୁଡ଼ିଲା; ଘରେ ପାଣି ପଶିଲା

ବୁଡ଼ିଲା ନନ୍ଦନକାନନ ପ୍ରବେଶପଥ  

ଅଦିନିଆ ବର୍ଷାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକଟଘର ସମ୍ମୁଖ ପ୍ରବେଶପଥରେ ପାଣି ଲହଡ଼ି ଭାଙ୍ଗିଛି। ବର୍ଷା ହେବା ପରେ ଆବର୍ଜନା ପାଣି ଜମି ରହିଛି। ଫଳରେ ଦୂଷିତ ପରିବେଶ ସୃଷ୍ଟି ହୋଇଛି। ନିକଟରେ ରାସ୍ତାଟିକୁ ପୂର୍ତ୍ତ ବିଭାଗ ମରାମତି କରିଥିଲା। କିନ୍ତ ଆଜି ଦୂଷିତ ପାଣି ଜମି ରହିଥିବାରୁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ମରାମତି ବେଳେ ଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ଏପରି ପରିସ୍ଥିତି ଉପୁଜି ଥିବା ପର୍ଯ୍ୟଟକମାନେ କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *