ଘଟଣା ଦୁର୍ଘଟଣାଦେଶ- ବିଦେଶ

କୁଆପଥର ମାଡ଼ରେ ଇଣ୍ଡିଗୋ ବିମାନ କ୍ଷତିଗ୍ରସ୍ତ

କୁଆପଥର ମାଡ଼ରେ ଇଣ୍ଡିଗୋ ବିମାନ କ୍ଷତିଗ୍ରସ୍ତ

ଶ୍ରୀନଗରରେ ଜରୁରୀ ଅବତରଣ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୦୫-୨୦୨୫(ଏସ .ଏମ ) : ନୂଆଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ ବୁଧବାର ସନ୍ଧ୍ୟାରେ ଖରାପ ପାଗ ସାଙ୍ଗକୁ ପ୍ରବଳ କୁଆପଥର ବର୍ଷାର ସମ୍ମୁଖୀନ ହୋଇଛି। କୁଆପଥର ମାଡ଼ରେ ବିମାନର ସମ୍ମୁଖ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିମାନଟି ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଅବତରଣ କରିଥିବା ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୨୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି କାଶ୍ମୀର ଉପତ୍ୟକା ନିକଟରେ ପହଞ୍ଚିବା ସମୟରେ ପ୍ରତିକୂଳ ପାଣିପାଗର ସମ୍ମୁଖୀନ ହୋଇଥିଲା। ଅଶାନ୍ତ ପାଗ ଯୋଗୁଁ ଶ୍ରୀନଗରସ୍ଥିତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ପାଇଲଟ ଜରୁରୀସ୍ଥିତି ଘୋଷଣା କରବାକୁ ବାର୍ତ୍ତା ପଠାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ବିମାନଟି ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଛି।ଇଣ୍ଡିଗୋର ବିବୃତିରେ କୁହାଯାଇଛି ଯେ କୁଆପଥର ମାଡ଼ର ସମ୍ମୁଖୀନ ହେବାପରେ ବିମାନ (୬ଇ ୨୧୪୨)ର କେବିନ୍ କ୍ରୁ ପ୍ରୋଟୋକଲ୍ ଅନୁସରଣ କରିଥିଲେ ଏବଂ ବିମାନର ସୁରକ୍ଷିତ ଅବତରଣ ସମ୍ଭବ ହୋଇଥିଲା। କ୍ୟାବିନ୍ ଭିତରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି, ଯେଉଁଥିରେ ବିମାନଟି ଥରୁଥିବା ଜଣାପଡ଼ିଛୁ। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଅବତରଣ ପରେ ଇଣ୍ଡିଗୋର ବିମାନ ବନ୍ଦର ଟିମ୍ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ସୁବିଧାକୁ ପ୍ରାଥମିକତା ଦେଇ ତତ୍କାଳ ପଦକ୍ଷେପ ଗ୍ରହଣ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *