ଅପରାଧରାଜ୍ୟ

କୁଖ୍ୟାତ ଅପରାଧୀ ଶେଖ କୁର୍ବାନକୁ ବାନ୍ଧିଲା ପୁଲିସ

କୁଖ୍ୟାତ ଅପରାଧୀ ଶେଖ କୁର୍ବାନକୁ ବାନ୍ଧିଲା ପୁଲିସ

ଅରଡ଼ ବଜାରରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର/ଭୁବନେଶ୍ୱର ୧୨-୦୪-୨୦୨୫( ଏସ.ଏମ ) :  ହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ ଅରଡ଼ ବଜାର ମସଜିଦଗଳିରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।ଆଜି ପୂର୍ବାହ୍ନରେ ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇ କହିଥିଲେ, ଗତକାଲି(ଶୁକ୍ରବାର) ଅପରାହ୍ନରେ ସହଦେବଖୁଣ୍ଟା ଥାନା ପୁଲିସ ଖବର ପାଇ ଅଡ଼ରବଜାର ମସଜିଦଗଳିରୁ ଶେଖ କୁର୍ବାନ ନାମକ ଯୁବକକୁ ଗିରଫ କରିବା ସହ ତା’ ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୦ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା। କୁର୍ବାନ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ଏସପି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ଏନେଇ ସହଦେବଖୁଣ୍ଟା ଥାନାରେ ୧୩୪/୨୫ରେ ମାମଲା ରୁଜୁ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସହଦେବଖୁଣ୍ଟା ଆଦର୍ଶ ଥାନା ଆଇଆଇସି ଅଜୟ ମୁର୍ମୁ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *