GeneralTOP STORIESଘଟଣା ଦୁର୍ଘଟଣାଦୁର୍ନୀତିପାଣିପାଗବାଣିଜ୍ୟରାଜନୀତିରାଜ୍ୟ

କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ

କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ

କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..

ଉଲୁଣ୍ଡା/ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ। ସୂଚନା ଥାଉ କି, ମଣ୍ଡିରେ ଧାନ ପଡ଼ି ବର୍ଷା ଯୋଗୁ ଗଜା ହୋଇଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଚାଷୀ ପ୍ରତିବାଦ କରିଛନ୍ତି। ସାରା ଜିଲ୍ଲାରେ ସ୍ଥିତି ସମାନ ଥିବା ଅଭିଯୋଗ ହୋଇଛି। ଉଲୁଣ୍ଡାରେ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସେହିପରି ଉଲୁଣ୍ଡା ବ୍ଲକ୍ କୋଟସମଲେଇ ମଣ୍ଡିରେ ୧୦,୦୦୦ ବସ୍ତା ଧାନ ପଡ଼ି ବର୍ଷାରେ ଭିଜି ଗଜା ହେଇଗଲାଣି।ଚାଷୀମାନେ ବର୍ଷା ଭୟରେ ଧାନକୁ ନିଜ ଘରେ ଓ ଖଳାରେ ପକାଇଛନ୍ତି। ବାରମ୍ବାର ପ୍ରଶାସନକୁ କହିଲେ ମଧ୍ୟ ମଣ୍ଡିରେ ଗାଡି ଦେଖା ନାହିଁ। ଚାଷୀମାନେ ଅଭିଯୋଗ କରିଛନ୍ତି ମଣ୍ଡିରେ ପଡ଼ି ଧାନର କ୍ଷତି ହେଲେ ତାର ଭରଣା କିଏ କରିବ? ମିଲରଙ୍କ ସ୍ୱାର୍ଥ ଦେଖି ପ୍ରଶାସନ ହଜାର ହଜାର ଚାଷୀଙ୍କ ଭାଗ୍ୟକୁ ବଳି ପକାଉଛି। ୩୧୦୦ ଧାନ କ୍ଵିଣ୍ଟାଲ ଦେଲେ କଣ ୧୦ କେଜି କଟନି ଓ ଧାନ ଗଜା ହେବା ସ୍ଵୀକାର କରିବାକୁ ପଡ଼ିବ କି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କେବେ ସୁଦ୍ଧା ଧାନ ଉଠିବ ଲିଖିତ ହିସାବରେ ନ ଜଣାଇଲେ ଚାଷୀମାନେ ସବୁ ଧାନ ସିଏସ ଓ ଅଫିସ ଓ କଲେକ୍ଟର ଅଫିସ ରେ ଗଦାଇବା ସହ ରାଜ ରାସ୍ତାରେ ପକାଇ ବିକ୍ଷୋଭ କରିବା ହିଁ ଶେଷ ରାସ୍ତା ବୋଲି ଚେତାବନୀ ଦେଇଛନ୍ତି। ଧାନ ମଣ୍ଡିରେ ଭିତ୍ତିଭୂମି ନ ଥିବାରୁ ଲୋକ ରାସ୍ତାରେ ଧାନ ଜମା କରିଛନ୍ତି ।ଆଗକୁ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା ଆସୁଥିବାରୁ ଏହି ଧାନ ଶୀଘ୍ର ନ ଉଠିଲେ ଟ୍ରାଫିକ ଓ ପାର୍କିଂ ଅସୁବିଧା ଦେଖାଯିବ। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ରଥଯାତ୍ରା ପୂର୍ବରୁ ଧାନ ଉଠେଇ ନେବା ପାଇଁ ଦାବୀ କରିଥିଲେ। ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଏ ୨୬ ତାରିଖ ମଧ୍ୟରେ ଧାନ ଉଠେଇ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଶାନ୍ତ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *