କୋର୍ଟରେ ହାଜର ହେଲେ ୧୪ ଆନ୍ଦାଳନକାରୀ
କୋର୍ଟରେ ହାଜର ହେଲେ ୧୪ ଆନ୍ଦାଳନକାରୀ
ନବରଙ୍ଗପୁର୧୧-୧୧-୨୦୨୫(ଏସ.ଏମ. ) : ୭ବର୍ଷ ତଳେ ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପଡାଲଗୁଡ଼ା ଚାଷୀ ବଗ ପାଇକ ଧାନ ନଷ୍ଟ ଯୋଗୁଁ ଜୀବନ ହାରିଥିଲେ। କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି ପାଇଁ ତତ୍କାଳୀନ କଂଗ୍ରେସ ନେତା ମାନେ ତାଙ୍କ ମରଶରୀରକୁ ଧରି କରିଥିଲେ ଶାନ୍ତି ସତ୍ୟାଗ୍ରହ। ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ତରଫରୁ ପୁଲିସ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟରୁ ନୋଟିସ୍ ଆସିବା ପରେ କୋର୍ଟରେ ହାଜର ହୋଇଥିଲେ ନେତା। କୋର୍ଟରେ ହାଜର ହୋଇଥିବା ନେତାମାନେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଭୂଜବଳ ମାଝୀ, ମୁନା ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା, ବୃନ୍ଦା ତ୍ରିପାଠୀ, ସରୋଜ ପାତ୍ର (ମିଟୁ ପାତ୍ର), ଭୀମ ହରିଜନ, ଅବଦୁଲ ଫିରୋଜ, ଇମ୍ରାନ ସାରିଫ, ଲାଲୁ ତ୍ରିପାଠୀ, କୁନାପାଢୀ, ଅଖିଳ ଭତରା ଉପସ୍ଥିତ ହୋଇଥିଲେ।
