ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

କୋଲକାତା ଗଣଦୁଷ୍କର୍ମ ଘଟଣା

କୋଲକାତା ଗଣଦୁଷ୍କର୍ମ ଘଟଣା

ସାଉଥ୍‌ କୋଲକାତା ଆଇନ ମହାବିଦ୍ୟାଳୟ ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। କଲେଜ କର୍ତ୍ତୃପକ୍ଷ ଆଜି ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ସମେତ ୩ ଜଣଙ୍କୁ କଲେଜରୁ ବହିଷ୍କାର କରିଛନ୍ତି

କୋଲକାତା/ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : ସାଉଥ୍‌ କୋଲକାତା ଆଇନ ମହାବିଦ୍ୟାଳୟ ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। କଲେଜ କର୍ତ୍ତୃପକ୍ଷ ଆଜି ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ସମେତ ୩ ଜଣଙ୍କୁ କଲେଜରୁ ବହିଷ୍କାର କରିଛନ୍ତି। ଅନ୍ୟପକ୍ଷରେ କୋଲକାତା ପୁଲିସ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଆଇନର ଗୁରୁତର ଉଲ୍ଲଂଘନ ବୋଲି କହିବା ସହ ଏପରି କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। କଲେଜର ଅସ୍ଥାୟୀ ଶିକ୍ଷକ ମନୋଜିତ ସମେତ ଅଭିଯୁକ୍ତ ଛାତ୍ର ଜାଏବ ଅହମ୍ମଦ ଓ ପ୍ରମିତ୍ ମୁଖାର୍ଜୀକୁ କଲେଜରୁ ବହିଷ୍କାର କରାଯାଇଥିବା ଘୋଷଣା କରାଯାଇଛି। ଏହି ସମାନ ଶିକ୍ଷାନୁଷ୍ଠାନର ଅନ୍ୟ ଜଣେ ଛାତ୍ରୀ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ବିରୋଧରେ ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ୨ ବର୍ଷ ପୂର୍ବେ ମନୋଜିତ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିଲା ଏବଂ ଏହି ଘଟଣା ସଂକ୍ରାନ୍ତରେ କାହାକୁ କିଛି କହିଲେ ଚରମ ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା। ତେଣୁ ଭୟରେ ସେ ଏହି ଘଟଣା ସଂକ୍ରାନ୍ତରେ କାହାକୁ କିଛି କହିପାରିନଥିଲେ।

ମୁହଁ ଖୋଲିଲେ ଆଉ ଜଣେ ଛାତ୍ରୀ: ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ

ଏକ ଟିଭି ଚ୍ୟାନେଲ୍‌କୁ ଟିପ୍ପଣୀ ଦେବା ସମୟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ନେତା ମିଶ୍ର ତାଙ୍କୁ ଏକ କଲେଜ ଟ୍ରିପ୍‌ ସମୟରେ ଅସଦାଚରଣ କରିଥିଲା। ପାଖାପାଖି ୧୫ ଜଣ ତା’ର ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ସେ ଦାବି କରିଛନ୍ତି। ତେବେ ଏତେ ଦିନ ଧରି ଏହି କଥା କାହାକୁ କାହିଁକି କହିନଥିଲେ ବୋଲି ପଚାରିବାରୁ ଏହାର ଉତ୍ତର ଦେଇ ଛାତ୍ରୀ ଜଣଙ୍କ କହିଛନ୍ତି ଯେ ମିଶ୍ର ତାଙ୍କ ବାପା ମା’ ଏବଂ ଭଉଣୀଙ୍କୁ ମାରିଦେବ ବୋଲି ଧମକ ଦେଇଥିବାରୁ ସେ ପୁଲିସରେ ଅଭିଯୋଗ କରିବାପାଇଁ ଭୟ କରିଥିଲେ। ସେହିପରି ମନୋଜିତର ରାଜନୈତିକ ସମ୍ପୃକ୍ତି ଏବଂ ପ୍ରଭାବ ପାଇଁ ସେ ତା’ ବିରୋଧରେ ଅଭିଯୋଗ କରିବାକୁ ଭୟ କରିଥିଲେ ବୋଲି କହିଛନ୍ତି। ଅନ୍ୟ ଏକ ଅଭିଯୋଗ କରି ଛାତ୍ରୀ ଜଣଙ୍କ କହିଛନ୍ତି ଯେ ମିଶ୍ର ବିରୋଧରେ ଅନେକ ଥର ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ରାଜନୈତିକ କାରଣ ପାଇଁ ସବୁଥର ସେ ଛାଡ଼ ପାଇ ଯାଇଛି। ଇତିମଧ୍ୟରେ ମନୋଜିତ ମିଶ୍ରକୁ ତା’ର କିଛି ବ୍ୟା‌ଚମେଟ୍‌ ‘ଅଭ୍ୟାସଗତ ସମସ୍ୟାସୃଷ୍ଟିକାରୀ’ ବୋଲି କହିଛନ୍ତି। ସେ ଟିଏମ୍‌ସି ଦ୍ବାରା ପରିଚାଳିତ ୟୁନିଅନ ଅଫିସ୍‌ ଏବଂ କଲେଜ ପରିସରରେ ଛାତ୍ରୀମାନଙ୍କୁ ନିର୍ଯାତନା ଦେଇଥାଏ ବୋଲି ଅଭିଯୋଗ ହୋଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *