ଦେଶ- ବିଦେଶବାଣିଜ୍ୟରାଜନୀତିରାଜ୍ୟ

ଗୁଜରାଟରେ ଫାଲକନ୍‌ ଖୋଲିଲା ସର୍ବବୃହତ୍ ଫ୍ରେଞ୍ଚ୍‌ ଫ୍ରାଇଜ୍‌ କାରଖାନା

ଗୁଜରାଟରେ ଫାଲକନ୍‌ ଖୋଲିଲା ସର୍ବବୃହତ୍ ଫ୍ରେଞ୍ଚ୍‌ ଫ୍ରାଇଜ୍‌ କାରଖାନା

ଦୁଇଟି ପର୍ଯାୟରେ ୧୦୫୦ କୋଟି ନିବେଶ

ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍‌ ଗ୍ରୁପ୍‌ ଅଧୀନ ଫାଲକନ୍‌ ଏଗ୍ରିଫ୍ରିଜ୍‌ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ଗୁଜରାଟର ମେହସାଣାରେ ନୂଆ ଫ୍ରୋଜେନ୍‌ ପଟାଟୋ କାରଖାନା ସ୍ଥାପନ କରାଯାଇଛି।

ମେହସାଣା/ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍‌ ଗ୍ରୁପ୍‌ ଅଧୀନ ଫାଲକନ୍‌ ଏଗ୍ରିଫ୍ରିଜ୍‌ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ଗୁଜରାଟର ମେହସାଣାରେ ନୂଆ ଫ୍ରୋଜେନ୍‌ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ସର୍ବବୃହତ୍‌ ଫ୍ରେଞ୍ଚ୍‌ ଫ୍ରାଇଜ୍‌ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ ଉତ୍ପାଦନ ଲାଇନ୍ ରହିଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ରବିବାର ଉଦ୍‌ଘାଟନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ସ୍ଥାପନ କରାଯାଇଥିବା ଏହି କାରଖାନାରୁ ଘଣ୍ଟା ପିଛା ୧୫ ଟନ୍‌ ଫ୍ରେଞ୍ଚ୍‌ ଫ୍ରାଇଜ୍‌ ଓ ୩.୫ ଟନ୍‌ର ଆଳୁରୁ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରାଯିବାର କ୍ଷମତା ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି କାରଖାନାରେ ୬୫୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଗୁଜରାଟରେ ୧୦୫୦ କୋଟି ଟଙ୍କା ନିବେଶ କରିବାକୁ ଫାଲକନ୍‌ ଗ୍ରୁପ୍‌ ପକ୍ଷରୁ ଗୁଜରାଟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ମେହସାଣା କାରଖାନାରେ ଦୁଇଟି ପର୍ଯ୍ୟାୟରେ ୧୦୫୦ କୋଟି ଟଙ୍କା ନିବେଶ କରାଯିବ। ପ୍ରଥମ ପର୍ଯ୍ୟାୟରେ ୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ କାରଖାନା କ୍ଷମତାକୁ ସମ୍ପ୍ରସାରିତ କରି ଦ୍ବିଗୁଣିତ କରାଯିବ। ସେଥିରେ ଅବଶିଷ୍ଟ ରାଶି ନିବେଶ କରାଯିବ। ଏହି କାରଖାନା ଦେଶର ଓ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତା ପୂରଣ କରିବ।

ଏହି ଅତ୍ୟାଧୁନିକ କାରଖାନା ପାଇଁ ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଲେହ, ଲଦାଖରେ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଆଳୁ ବିହନ ପ୍ରସ୍ତୁତ କରି ସେଗୁଡିକୁ ଗୁଜରାଟ ପଠାଯାଉଛି। ସେଠାରେ ୪୦୦୦ରୁ ଅଧିକ ଚାଷୀଙ୍କୁ ନେଇ ଅତ୍ୟନ୍ତ ଯତ୍ନର ସହ କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ ଚାଷ କରାଯାଉଛି। ଏହି ଅବସରରେ ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଫାଲକନ୍ ପାଇଁ ଏହା ଏକ ସ୍ୱାଭାବିକ ବିକଳ୍ପ ଥିଲା। ରାଜ୍ୟର ପ୍ରଚୁର ଆଳୁ ଉତ୍ପାଦନ, ଦୃଢ଼ କୃଷି ସମୁଦାୟ ଏବଂ ବ୍ୟବସାୟ ଅନୁକୂଳ ପରିବେଶ ପାଇଁ ଆମେ ଏଠାରେ କାରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲୁ। ଖାଦ୍ୟ ପ୍ରକ୍ରିୟାକରଣରେ ଫାଲକନ୍‌କୁ ଆମେ ବିଶ୍ୱସ୍ତରରେ ଅଗ୍ରଣୀ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ଦୁଇଟି ପର୍ଯାୟରେ ୧୦୫୦ କୋଟି ନିବେଶ
୨ବର୍ଷରେ କାରଖାନାର କ୍ଷମତା ଦୁଇଗୁଣା ହେବ

ଫାଲକନ୍ ଏଗ୍ରିଫ୍ରିଜ୍‌ ଫୁଡ୍ସର ଉପାଧ୍ୟକ୍ଷ ପାର୍ଥଜିତ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ର, ସ୍ଥାନ ଏବଂ ପିଢ଼ି ମଧ୍ୟରେ ଫାଲକନ୍‌ର ଯାତ୍ରା ସର୍ବଦା ସମ୍ଭାବନାକୁ ବାସ୍ତବତାରେ ପରିଣତ କରିଆସିଛି। ଏହି କାରଖାନା ବିଶ୍ୱସ୍ତରୀୟ ପ୍ରତିଯୋଗୀ ତଥା ଭାରତ ଦ୍ୱାରା ନେତୃତ୍ୱାଧୀନ ଉଦ୍ୟୋଗ ଗଠନ ପ୍ରତି ଆମର ପ୍ରତିବଦ୍ଧତାର ଏକ ସାହସିକ ପଦକ୍ଷେପ। ଆମେ ଆମ କୃଷକମାନଙ୍କ ସାମର୍ଥ୍ୟ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ଏକ ନୂତନ ଭାରତର ଦୃଷ୍ଟିକୋଣକୁ ଉପଯୋଗ କରି ଖାଦ୍ୟ ପ୍ରକ୍ରିୟାକରଣର ଭବିଷ୍ୟତକୁ ଆକାର ଦେଉଛୁ ବୋଲି ସେ କହିଛନ୍ତି। 

ଫାଲକନ୍ ଏଗ୍ରିଫ୍ରିଜ୍‌ ଫୁଡ୍ସ ନିର୍ଦ୍ଦେଶକ ତଥା ସିଇଓ ମନୀଷ ତିବ୍ରେୱାଲ୍ କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ନେତୃତ୍ୱ ଆଡ଼କୁ ଏକ ନିର୍ଣ୍ଣାୟକ ପଦକ୍ଷେପ। ଦକ୍ଷ କୃଷି ବିଜ୍ଞାନୀମାନଙ୍କ ଦ୍ୱାରା ସମର୍ଥିତ ଆମର ଉତ୍ସର୍ଗୀକୃତ ବିହନ କାର୍ଯ୍ୟକ୍ରମ, ମୂଳରୁ ଶେଷ ପର୍ଯ୍ୟନ୍ତ ନିରୀକ୍ଷଣ ଓ ସ୍ଥିର ଗୁଣବତ୍ତା ଏହା ସୁନିଶ୍ଚିତ କରିବ। ବିଶ୍ୱସ୍ତରୀୟ ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ କୃଷକ ପ୍ରଥମେ ପଦ୍ଧତି ସହିତ ଆମେ ଭାରତ ବିଶ୍ୱକୁ କ’ଣ ପ୍ରଦାନ କରିପାରିବ ତାହା ପୁନଃକଳ୍ପନା କରୁଛୁ। ଏହା କେବଳ ଏକ ଯାତ୍ରାର ଆରମ୍ଭ ଯାହା ଭାରତକୁ ବିଶ୍ୱ ଖାଦ୍ୟ ମାନଚିତ୍ରର ହୃଦୟରେ ରଖିବ ବୋଲି ସେ କହିଛନ୍ତି। ଏହି ଅବସରରେ ଗୁଜରାଟ ଶିଳ୍ପ ମନ୍ତ୍ରୀ ବଲୱନ୍ତ ସିଂହ ରାଜପୁତ, ମେହସାଣା ସାଂସଦ ହରିଭାଇ ପଟେଲ, ଫାଲକନ୍‌ ଏଗ୍ରିଫ୍ରିଜ୍‌ ଫୁଡ୍ସ ନିର୍ଦେଶକ ପ୍ରଭାରଞ୍ଜନ ପଟ୍ଟନାୟକ, ନିର୍ଦେଶକ ଜିତେନ୍ଦ୍ରନାଥ ପଟ୍ଟନାୟକ, କାରଖାନାର ପ୍ରଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *