ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଅନ୍ତିମ ସଂସ୍କାର ଆଜି
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଅନ୍ତିମ ସଂସ୍କାର ଆଜି
ଆଜି ହେବ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଅନ୍ତିମ ସଂସ୍କାର । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ
ଅହମଦାବାଦ୍/ଭୁବନେଶ୍ୱର ୧୬-୦୬-୨୦୨୫(ଏସ .ଏମ ) : ଆଜି ହେବ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଅନ୍ତିମ ସଂସ୍କାର । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ। ବିମାନ ଦୁର୍ଘଟଣାରେ ବିଜୟ ରୁପାଣୀ ଦେହାନ୍ତ ଖବର ପୂରା ରାଜନୈତିକ ପରିବେଶକୁ ଶୋକାକୁଳ କରିଛି।
ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫୦ ମୃତଦେହର ଡିଏନଏ ଟେଷ୍ଟ କରାଯାଇଥିବା ବେଳେ ୮୦ଟି ମୃତଦେହର ପରିଚୟ ମିଳିପାରିଛି । ୩୩ ଜଣଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଡିଏନଏ ରିପୋର୍ଟ ମ୍ୟାଚ୍ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାଣୀଙ୍କ ବାସଭବନକୁ ଯାଇ ଡିଏନଏ ରିପୋର୍ଟ ମେଳ ଖାଇଥିବା ତାଙ୍କ ପରିବାରକୁ ଜଣାଇଥିଲେ। ରାଜକୋଟରେ ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ପରିବାରକୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।