ଦେଶ- ବିଦେଶରାଜ୍ୟ

ଗୁହାରି ଶୁଣିଲେନି ଟିଟିଇ

ଗୁହାରି ଶୁଣିଲେନି ଟିଟିଇ

ଝିଅ ଆଖି ଆଗରେ ନିଜ ବାପାଙ୍କ ମୃତ୍ୟୁ ଦେଖିଲ‌ା

ଠିକ୍ ସମୟରେ ଚିକିତ୍ସା ସୁବିଧା ମିଳିଥିଲେ ସ୍ବାମୀ ବଞ୍ଚି ଯାଇଥାନ୍ତେ। ହେଲେ ରେଳ କର୍ମଚାରୀଙ୍କ ଅମାନବିକତା ଯୋଗୁ ପୁଣେ-ହାଓଡ଼ା ଆଜାଦ ହିନ୍ଦ୍ ଏକ୍ସପ୍ରେସ୍‌ରେ ତାଙ୍କର ମୃତ୍ୟୁ ହେଲା ବୋଲି ମୃତକଙ୍କ ପତ୍ନୀ ଓ ଝିଅ ଅଭିଯୋଗ କରିଛନ୍ତି।

ବନ୍ଧମୁଣ୍ଡା/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) : ଠିକ୍ ସମୟରେ ଚିକିତ୍ସା ସୁବିଧା ମିଳିଥିଲେ ସ୍ବାମୀ ବଞ୍ଚି ଯାଇଥାନ୍ତେ। ହେଲେ ରେଳ କର୍ମଚାରୀଙ୍କ ଅମାନବିକତା ଯୋଗୁ ପୁଣେ-ହାଓଡ଼ା ଆଜାଦ ହିନ୍ଦ୍ ଏକ୍ସପ୍ରେସ୍‌ରେ ତାଙ୍କର ମୃତ୍ୟୁ ହେଲା ବୋଲି ମୃତକଙ୍କ ପତ୍ନୀ ଓ ଝିଅ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ନାଗପୁର ନିବାସୀ ପ୍ରମୋଦ ଏକନାଥ ଗାୱଣ୍ଡେ, ପତ୍ନୀ ସୀମା ପ୍ରମୋଦ ଗାୱଣ୍ଡେ ଓ ୯ ବର୍ଷର ଝିଅ ସହିତ ନାଗପୁରରୁ ହାଓଡ଼ା ଯାଉଥିଲେ। ପ୍ରମୋଦ କୋଚ୍ ନମ୍ବର ଏ-୨ର ୧୩ ନମ୍ବର ବର୍ଥରେ ବସିଥିଲେ। ଗାଡ଼ି ରାଜଗାଙ୍ଗପୁର(ରହଣି ନାହିଁ) ପହଞ୍ଚିବା ପରେ ପ୍ରମୋଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଥିଲା। ତାଙ୍କ ଦେହରୁ ଝାଳ ବହିବା ସହ ସେ ବର୍ଥରେ ମଳମୂତ୍ର ତ୍ୟାଗ କରି ଦେଇଥିଲେ। ସ୍ବାମୀଙ୍କର ଏପରି ଅବସ୍ଥା ଦେଖି ପତ୍ନୀ ସୀମା ଟ୍ରେନ୍‌ରେ ଥିବା ଟିଟିଇଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିବା ସହ ଚିକିତ୍ସା ସୁବିଧା ସକାଶେ ଗୁହାରି କରିଥିଲେ। କିନ୍ତୁ ଟିଟିଇ କୌଣସି ସହାୟତା ଦେଇ ନ ଥିଲେ। ଗାଡ଼ି ରାଉରକେଲା ରେଳଷ୍ଟେସନ୍‌ରେ ଦିନ ୧୦ଟା ୩୨ରେ ପହଞ୍ଚିଥିଲାରାଉରକେଲାରେ ୧୦ ମିନିଟ୍‌ ରହିବା ପରେ ପୁଣି ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା। ସେତେବେଳ ପର୍ଯ୍ୟନ୍ତ ଟିଟିଇ ପୀଡ଼ିତ ପରିବାରକୁ କୌଣସି ସାହାଯ୍ୟ କରିନଥିଲେ। ଗାଡ଼ି ମନୋହରପୁର (ରହଣି ନାହିଁ) ଅତିକ୍ରମ କଲାବେଳକୁ ପ୍ରମୋଦଙ୍କ ମୃତ୍ୟୁ ହୋଇଯାଇଥିଲା। ଚକ୍ରଧରପୁର ଷ୍ଟେସନରେ ଗାଡ଼ି ପହଞ୍ଚିବା ପରେ ରେଳବାଇ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ। ଚକ୍ରଧରପୁର ଜିଆର୍‌ପି ପ୍ରମୋଦଙ୍କ ମୃତଦେହ ଜବତ କରିଛି। ଖବର ପାଇ ମୃତ ପ୍ରମୋଦଙ୍କ ପରିବାର ନାଗପୁରରୁ ଆସୁଛନ୍ତି। ଏହି ଘଟଣା ପରେ ପ୍ରମୋଦଙ୍କ ପତ୍ନୀ ସୀମା ଗୁରୁତର ଅଭିଯୋଗ କରିଛନ୍ତି। ରେଳବାଇର ଅବହେଳା ଯୋଗୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା ବୋଲି କହିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ଯଦି ତାଙ୍କ ସ୍ବାମୀଙ୍କୁ ଚିକିତ୍ସା ସୁବିଧା ମିଳିଥାନ୍ତା ତେବେ ସେ ବଞ୍ଚି ଯାଇଥାନ୍ତେ। ରେଳ କର୍ମଚାରୀଙ୍କ ଅମାନବିକତା ଯୋଗୁ ତାଙ୍କ ଝିଅ ଆଖି ଆଗରେ ନିଜ ବାପାଙ୍କ ମୃତ୍ୟୁ ଦେଖିଲ‌ା। ଏହି ଘଟଣା ପାଇଁ ସୀମା ରେଳବାଇ ପ୍ରଶାସନକୁ ଦାୟୀ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *