ଦେଶ- ବିଦେଶ

ଗୋଆ ଦଳାଚକଟା ଘଟଣା

ଗୋଆ ଦଳାଚକଟା ଘଟଣା

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ /ଭୁବନେଶ୍ୱର ୦୩-୦୫-୨୦୨୫(ଏସ,ଏମ ) : ଗୋଆରେ ଦଳାଚକଟା ଘଟଣା । ବଢୁଛି ଆହତଙ୍କ ସଂଖ୍ୟା । ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦ରେ ପହଞ୍ଚିଲା । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାରେ ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଧାର୍ମିକ ଯାତ୍ରାରେ ପ୍ରବଳ ଭିଡରୁ ଦଳାଚକଟା ପରିସ୍ଥିତିରେ ୭ ଜଣଙ୍କ ମୃତ୍ୟୁ ଏବଂ ୮୦ ଜଣ ଆହତ ହେବା ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଜଣାଇଛନ୍ତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ଗୋଆ ଶିରଗାଓଁରେ ଅନୁଷ୍ଠିତ ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା ଘଟିଛି । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାରୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ପ୍ରତିବର୍ଷ ଏହି ଯାତ୍ରା ହୁଏ । ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ହୋଇଛି। ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଏବଂ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସ୍ଥିତିର ଅନୁଧ୍ୟାନ କରିବା ପରେ ଘଟଣାସ୍ଥଳକୁ ଯାଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *