ଚାକିରି ନାଁରେ ଠକିନେଲେ ୧୨ ଲକ୍ଷ !
ଚାକିରି ନାଁରେ ଠକିନେଲେ ୧୨ ଲକ୍ଷ !
ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଚାକିରି କରାଇଦେବା ଆଳରେ ଠକେଇ ଅଭିଯୋଗରେ ଜଣଙ୍କୁ ସେକ୍ଟର-୭ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଦିଲ୍ଲୀ ଜେଏନ୍ୟୁର ମୂଳନିବାସୀ
ରାଉରକେଲା/ଭୁବନେଶ୍ୱର ୨୪.0୪.୨୦୨୫ (ଏସ .ଏମ ) : ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଚାକିରି କରାଇଦେବା ଆଳରେ ଠକେଇ ଅଭିଯୋଗରେ ଜଣଙ୍କୁ ସେକ୍ଟର-୭ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଦିଲ୍ଲୀ ଜେଏନ୍ୟୁର ମୂଳନିବାସୀ ତଥା ସେକ୍ଟର-୧ ଅଞ୍ଚଳର ରାଜୀବ ସେଠୀ(୫୦)। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନାନୁଯାୟୀ, ରାଜୀବ ସେଠୀ ଦିଲ୍ଲୀ ଜେଏନ୍ୟୁରେ ଲାବ୍ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି। ଅଭିଯୋଗକାରୀ ସେକ୍ଟର-୭ ଅଞ୍ଚଳର ରଞ୍ଜନ ନାୟକ ନିଜ ଶଳାଙ୍କ ଚାକିରି ପାଇଁ ସାଙ୍ଗ ରାଜୀବ ସେଠୀଙ୍କ ସହ ଆଲୋଚନା କରିଥିଲେ। ରାଜୀବ ଜେଏନ୍ୟୁରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେବାରୁ ୨୦୨୨ ମସିହାରେ ରଞ୍ଜନ ପ୍ରାୟ ୧୨ ଲକ୍ଷ ଟଙ୍କା କିଛି ନଗଦ ଓ କିଛି ଅନ୍ଲାଇନ୍ ମାଧ୍ୟମରେ ତାଙ୍କୁ ଦେଇଥିଲେ।ଟଙ୍କା ଦେବାର ବର୍ଷେ ବିତିବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ରଞ୍ଜନ ଟଙ୍କା ଫେରସ୍ତ ମାଗିଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ରାଜୀବ ଟଙ୍କା ନ ଫେରାଇବାରୁ ରଞ୍ଜନ ଦିଲ୍ଲୀ ଯାଇଥିଲେ। ସେଠାରେ ରାଜୀବ ତାଙ୍କୁ ଟଙ୍କା ଫେରାଇବାକୁ ମନା କରିବା ସହ ଗାଳିଗୁଲଜ କରିଥିଲେ। ତେଣୁ ରଞ୍ଜନ ବାଧ୍ୟ ହୋଇ ମାର୍ଚ୍ଚ ମାସରେ ସେକ୍ଟର-୭ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ରାଜୀବ କିଛି ଦିନ ପୂର୍ବେ ଏକ ପାରିବାରିକ କାର୍ଯ୍ୟରେ ରାଉରକେଲା ଆସିଥିବା ଖବର ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।