LatestNewsଅପରାଧରାଜ୍ୟ

ଚାକିରି ନାଁରେ ସାର୍ଟିଫିକେଟ୍‌ ରଖି ବ୍ଲାକ୍‌ମେଲ୍‌: ବନ୍ଧାହେଲା ‘ଟିଚର୍ସ ଏକାଡେମୀ’ ମାଲିକ ଅନିଲ୍‌

ଚାକିରି ନାଁରେ ସାର୍ଟିଫିକେଟ୍‌ ରଖି ବ୍ଲାକ୍‌ମେଲ୍‌: ବନ୍ଧାହେଲା ‘ଟିଚର୍ସ ଏକାଡେମୀ’ ମାଲିକ ଅନିଲ୍‌

ସରକାରୀ ଚାକିରି କରାଇଦେବା ଆଳରେ ସାର୍ଟିଫିକେଟ୍‌ ବନ୍ଧକ ରଖିବା ସହ ଟଙ୍କା ଛଡ଼ାଇନେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ‘ଟିଚର୍ସ ଏକାଡେମୀ’ର ଅନ୍ୟତମ ମାଲିକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ରମେଶ ମହାଳିକ ଓରଫ ଅନିଲ(୩୪)କୁ ଗିରଫ କରିଛି।

ଭୁବନେଶ୍ୱର ୦୯-୦୫-୨୦୨୫( ଏସ.ଏମ ) : ରକାରୀ ଚାକିରି କରାଇଦେବା ଆଳରେ ସାର୍ଟିଫିକେଟ୍‌ ବନ୍ଧକ ରଖିବା ସହ ଟଙ୍କା ଛଡ଼ାଇନେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ‘ଟିଚର୍ସ ଏକାଡେମୀ’ର ଅନ୍ୟତମ ମାଲିକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ରମେଶ ମହାଳିକ ଓରଫ ଅନିଲ(୩୪)କୁ ଗିରଫ କରିଛି। ଏହି ମାମଲାରେ ଅନିଲ୍‌ର ସହଯୋଗୀମାନେ ଫେରାର ହୋଇଯାଇଛନ୍ତି। ପୁଲିସ ସୂଚନାନୁସାରେ ମଞ୍ଚେଶ୍ବର ଥାନା ଜଗନ୍ନାଥନଗର ଲେନ୍‌-୧୧ରେ ରହୁଥିବା ଅନିଲ୍‌ ଓ ତା’ର ସହଯୋଗୀମାନେ ରାଜଧାନୀରେ ଟିଚର୍ସ ଏକାଡେମୀ ନାମକ ଏକ ସଂସ୍ଥା କରିଥିଲେ। ଏହି ସଂସ୍ଥା ଜରିଆରେ ସେ ସରକାରୀ ଚାକିରି ଆଶାୟୀମାନଙ୍କୁ ଟାର୍ଗେଟ୍‌ କରୁଥିଲେ। ପରୀକ୍ଷାରେ ପାସ୍‌ କରାଇବା ସହ ନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଥିଲେ। ଏଥିପାଇଁ ୧୫ ଲକ୍ଷ ଟଙ୍କା ଦାବି କରୁଥିଲେ। ଅଗ୍ରିମ ଆକାରରେ କାହାଠୁ ୫୦ ହଜାର ତ କାହାଠୁ ଲକ୍ଷେ ଟଙ୍କା ନେଉଥିଲେ। ୨୦୨୪ ନଭେମ୍ବର ମାସରେ ଜାଗମରା ଅଞ୍ଚଳର କାହ୍ନୁଚରଣ ସେନାପତିଙ୍କ ସହ ଅନିଲ୍‌ର ଭେଟ ହୋଇଥିଲା।

କାହ୍ନୁଚରଣଙ୍କର ସମ୍ପର୍କୀୟ ବିଚିତ୍ର ମୋହନ ଦାସଙ୍କୁ ସରକାରୀ ଚାକିରିଟିଏ କରାଇଦେବାକୁ ସେମାନଙ୍କ ମଧ୍ୟରେ କଥା ପଡ଼ିଥିଲା। କଥା ଛିଡ଼ିବା ପରେ ଡିସେମ୍ବର ୧୩ ତାରିଖରେ ବିଚିତ୍ର ଓ କାହ୍ନୁଚରଣ, ଅନିଲ୍‌ଙ୍କୁ ଅଗ୍ରିମ ବାବଦରେ ୫୦ଜହାର ଟଙ୍କା ଦେଇଥିଲେ। ସର୍ତ୍ତ ଅନୁସାରେ ବାକି ଟଙ୍କା ମିଳିବା ପର୍ଯ୍ୟନ୍ତ ବିଚିତ୍ର ତାଙ୍କର ସମସ୍ତ ସାର୍ଟିଫିକେଟ୍‌ ଅନିଲ୍‌ଙ୍କ ପାଖରେ ଜମା ରଖିଥିଲେ। କିନ୍ତୁ ବିଚିତ୍ରଙ୍କ କହିବା କଥା ସେ ବିନା ସହଯୋଗରେ ଉକ୍ତ ପରୀକ୍ଷାରେ ପାସ୍‌ କରିଥିଲେ। ଅନିଲ୍‌ ଓ ତା’ ସହଯୋଗୀମାନେ କିଛି ସହଯୋଗ କରି ନଥିଲେ। ମାତ୍ର ଏଥିପାଇଁ ସେମାନେ ତାଙ୍କୁ ୧୩ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ସାର୍ଟିଫିକେଟ୍‌ ଦେବେ ନାହିଁ ବୋଲି ରୋକ୍‌ଠୋକ ଶୁଣାଇଥିଲେ। ଉପାୟ ନ ପାଇ ବିଚିତ୍ର ୫୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ବୁଧବାର ସନ୍ଧ୍ୟାରେ ବିଚିତ୍ର ଓ କାହ୍ନୁଚରଣ ୫୦ ହଜାର ଟଙ୍କା ଧରି ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟକୁ ଯାଇଥିଲେ। ଅନିଲ୍‌ ଓ ତା’ର ସହଯୋଗୀମାନେ ବିଚିତ୍ରଙ୍କୁ ସାର୍ଟିଫିକେଟ୍‌ ନ ଦେଇ ସେମାନଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇନେଇଥିଲେ। ପୁଲିସରେ ଅଭିଯୋଗ କଲେ, ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏନେଇ କାହ୍ନୁଚରଣ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏଭଳି ଠକେଇ ମାମଲାରେ ଅନିଲ୍‌ର ସହଯୋଗୀ ବିଜୟ ମଲ୍ଲିକକୁ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *