ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

ଚାଞ୍ଚଲ୍ୟକର ଦୀପୁ-ଓମ୍ ହତ୍ୟାକାଣ୍ଡ ଘଟଣା

ଚାଞ୍ଚଲ୍ୟକର ଦୀପୁ-ଓମ୍ ହତ୍ୟାକାଣ୍ଡ ଘଟଣା

ବହୁ ଚର୍ଚ୍ଚିତ ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ପ୍ରକାଶ ସ୍ବାଇଁ ହତ୍ୟା ଅଭିଯୋଗରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ, ସୁଶୀଲ ଧଳସାମନ୍ତ ଓ ସେମାନଙ୍କ ୬ଜଣ ସହ‌ଯୋଗୀଙ୍କୁ ଦୌରା ଅଦାଲତ ଦୋଷମୁକ୍ତ କରିଛନ୍ତି

କଟକ ୨୭-୦୬-୨୦୨୫(ଏସ .ଏମ ) : ହୁ ଚର୍ଚ୍ଚିତ ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ପ୍ରକାଶ ସ୍ବାଇଁ ହତ୍ୟା ଅଭିଯୋଗରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ, ସୁଶୀଲ ଧଳସାମନ୍ତ ଓ ସେମାନଙ୍କ ୬ଜଣ ସହ‌ଯୋଗୀଙ୍କୁ ଦୌରା ଅଦାଲତ ଦୋଷମୁକ୍ତ କରିଛନ୍ତି। ସୁଶାନ୍ତ ଓ ସୁଶୀଲଙ୍କୁ ଆଇପିସିର ଦଫା ୩୬୪, ୩୦୨, ୨୦୧, ୩୪, ୧୨୦-ବି, ଆର୍ମସ୍ ଆକ୍ଟର ଧାରା ୨୫(୧-ଏଏ), ୨୭ରୁ ଅଦାଲତ ଦୋଷମୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଆର୍ମସ୍ ଆକ୍ଟର ଧାରା ୨୫(୧-ଏ) ଓ ୨୫(୧-ବି)(ଏ)ରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଆର୍ମସ ଆକ୍ଟର ଧାରା ୨୫(୧-ଏ)ରେ ୭ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ପ୍ରଦାନ କରାଯାଇଛି। ଜରିମାନା ରାଶି ନ ଦେଲ ତିନି ମାସ ଅଧିକ ଜେଲ ଦଣ୍ଡ ‌ଭୋଗ କରିବାକୁ ପଡ଼ିବ। ଉଭୟଙ୍କୁ ଆର୍ମସ୍ ଆକ୍ଟର ଧାରା ୨୫(୧-ବି)(ଏ)ରେ ୩ ବର୍ଷ ଲେଖାଏଁ ଜେଲ୍‌ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ପ୍ରଦାନ କରାଯାଇଛି। ଜରିମାନା ନ ଦେଲେ ଉଭୟଙ୍କୁ ଅଧିକ ଏକ ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଦଫା‌ରେ ପ୍ରଦାନ କରାଯାଇଥିବା ଦଣ୍ଡ ଏକ ସଙ୍ଗେ ଭୋଗ କରିବେ।

ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ରହିଥିବା ସମୟକୁ ଏହି ଜେଲ୍‌ଦଣ୍ଡ ସମୟରୁ ବାଦ୍‌ ଦେଇ ବାକି ସମୟ ସେମାନେ ଜେଲ୍ କାଟିବେ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏହି କାରଣରୁ ୨୦୧୬, ଜାନୁଆରି ୨୯ରୁ ଜେଲ୍‌ରେ ଥିବା ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଏହି ମାମଲାରେ ପ୍ରଦାନ କରାଯାଇଥିବା ଦଣ୍ଡ ଭୋଗ କରି ସାରିଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ ଅନ୍ୟ କେତେକ ଫୌଜଦାରୀ ମାମଲା ବିଚାରାଧୀନ ରହିଥିବାରୁ ଆଜି ଜେଲ୍‌ରୁ ମୁକୁଳି ପାରି ନାହାନ୍ତି।
ଅଦାଲତ ଧଳସାମନ୍ତଙ୍କ ସହଯୋଗୀ ଦେବାଶିଷ କର, ଶୁଭେନ୍ଦୁ ଦାସ ଓରଫ ପିଣ୍ଟା, ଆରିଫ ଖାଁ, ଗୁଡ଼ୁ ଓରଫ ଦେବାଶିଷ ସାହୁ, ଲିଟୁଆ ଓରଫ ଭାରତ ବେହେରା, ଲିପୁନା ସରଫ ଦେବଦତ୍ତ ଦାସଙ୍କୁ ଆଇପିସିର ଦଫା ୩୬୪, ୩୦୨, ୨୦୧, ୩୪, ୧୨୦-ବି, ଆର୍ମସ ଆକ୍ଟର ଧାରା ୨୫(୧-ଏଏ), ୨୫(୧-ବି)(ଏ), ୨୭ରୁ ଅଦାଲତ ଦୋଷମୁକ୍ତ କରିଛନ୍ତି। କଟକ ଦୌରା ଜଜ୍ ଶିତିକଣ୍ଠ ସାମଲ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

ଅନ୍ୟ ମାମଲା ଥିବାରୁ ଜେଲ୍‌ରୁ ମୁକୁଳିବେ ନାହିଁ

ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ଦୀପୁଙ୍କ ମା’ ଶାନ୍ତିଲତା ମଲ୍ଲିକ, ବାପା ଅଦ୍ବୈତ ମଲ୍ଲିକ, ଓମ୍‌ଙ୍କ ବାପା ମହାଦେବ ସ୍ବାଇଁ, ଖୁଣ୍ଟକଟା ଫାର୍ମ ହାଉସ୍‌ର ସୁପରଭାଇଜର ମାନସ ନାୟକ, ଚାଉଳିଆଗଞ୍ଜ ଥାନାର ସବ୍-ଇନ୍‌ସ୍ପେକ୍ଟର ସୁବାସ ମଲ୍ଲିକ, ତତ୍କାଳୀନ ଇନ୍‌ସ୍ପେକ୍ଟର ରଶ୍ମୀରଂଜନ ମହାପାତ୍ର, ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଆଇଆଇସି ଅଜୟ ଦାସ, ଇନ୍‌ସ୍ପେକ୍ଟର ଦେବେନ୍ଦ୍ର ବିଶ୍ବାଳ, ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ର ସହକାରୀ ନିର୍ଦ୍ଦେଶକ ଅରୁଣ କୁମାର ସ୍ବାଇଁ, ଝାଡ଼ଖଣ୍ଡର ଗୁଆ ଫାଣ୍ଡିର ତତ୍କାଳୀନ ଅଧିକାରୀ ବିଜୟ କେରକେଟା, ଗୁଆ ନିକଟ ଗ୍ରାମର ବାସିନ୍ଦା ବିକ୍ରମ ଚାମ୍ପିଆଙ୍କ ସମେତ ୨୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୨୦୧୮ ମାର୍ଚ୍ଚ ୮ରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିବା ବେଳେ ଏପ୍ରିଲ ୧୧ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ଜୁନ ୧୮ରେ ଅଦାଲତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ୧୮୨ ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ କରିଛନ୍ତି। ୨୦୧୩ ନଭେମ୍ବର ୧୨ରେ ଚାଉଳିଆଗଞ୍ଜ ଅଞ୍ଚଳର ଦୀପୁ ଏବ˚ କଲ୍ୟାଣୀନଗରର ଓମ୍‌ଙ୍କୁ ଧଳସାମନ୍ତ ଦୁଇ ଭାଇ ଓ ସେମାନଙ୍କ ସହଯୋଗୀ ଅପହରଣ କରିବା ପରେ ପ୍ରଥମେ ସିଡିଏସ୍ଥିତ ଏକ ଘରୋଇ ସଂସ୍ଥା କାର୍ଯ୍ୟାଳୟକୁ ନେଇଥିବା ଅଭିଯୋଗ ହୋଇଥିଲା।

ସେଠାରୁ ଉଭୟଙ୍କୁ ଆଠଗଡ଼ରେ ଥିବା ଖୁଣ୍ଟକଟା ଫାର୍ମହାଉସ୍‌କୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ମୃତଦେହ ଝାଡ଼ଖଣ୍ତରେ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୬, ଜାନୁଆରି ୨୮ରେ ପୁଲିସ ଭୁବନେଶ୍ବରର ଏକ ଘରେ ଚଢଉ କରି ସୁଶାନ୍ତ ଓ ସୁଶୀଲଙ୍କୁ ଗିରଫ କରିଥିଲା। ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଅଭିଯୁକ୍ତ ଭୋଲାନାଥ ଭଗତ ଓ ସଂଜୟ କୁମାର ସାହୁ ଓରଫ ଭଜନାଙ୍କ ମୃତ୍ୟୁ ହୋଇଥିଲା। ସୁଶୀଲ ଓ ସୁଶାନ୍ତଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ଆଇନଜୀବୀ ପ୍ରସନ୍ନ କୁମାର ମହାନ୍ତି, ଅନ୍ୟ କେତେକ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *