ଦେଶ- ବିଦେଶରାଜନୀତି

ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ଜୟଶଙ୍କର

ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ଜୟଶଙ୍କର

ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଏବେ ଚୀନ୍‌ରେ ଥିବା ଜୟଶଙ୍କର

ନୂଆଦିଲ୍ଲୀ୧୬-୦୭-୨୦୨୫ (ଏସ .ଏମ ) : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଏବେ ଚୀନ୍‌ରେ ଥିବା ଜୟଶଙ୍କର ଆଜି ଜିନ୍‌ପିଙ୍ଗ୍‌ଙ୍କ ସହ କଥାବାର୍ତ୍ତା କରିଥିବା ନେଇ ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ଅବଗତ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଜୟଶଙ୍କର କହିଛନ୍ତି, ‘ ଆଜି ସକାଳେ ମୋର ଅନ୍ୟ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ସହ ବେଜିଂରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇଲି।

ଆମର ଦ୍ବିପାକ୍ଷିକ ସମ୍ପର୍କରେ ନିକଟରେ ହୋଇଥିବା ଅଗ୍ରଗତି ସଂକ୍ରାନ୍ତରେ ଜିନ୍‌ପିଙ୍ଗ୍‌ଙ୍କୁ ଜଣାଇଲି ବୋଲି ଜୟଶଙ୍କର କହିଛନ୍ତି। ଏହା ପୂର୍ବରୁ ଜୟଶଙ୍କର ତାଙ୍କ ଚୀନ୍‌ ପ୍ରତିପକ୍ଷ ୱାଙ୍ଗ୍‌ ୟିଙ୍କ ସହ କଥା ହୋଇଛନ୍ତି। ଦ୍ବିପାକ୍ଷିକ ସମ୍ପର୍କ ସ୍ବାଭାବିକ କରିବାପାଇଁ ଉଭୟ ରାଷ୍ଟ୍ର ଗତ ୯ ମାସ ମଧ୍ୟରେ ଭଲ ପ୍ରଗତି କରିଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ଜୟଶଙ୍କର ମଧ୍ୟ ଗତକାଲି ଚୀନ୍‌ ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଥିଲେ। ଗଲୱାନ୍‌ ସଂଘର୍ଷ ପରେ ଜୟଶଙ୍କରଙ୍କର ଏହା ପ୍ରଥମ ଚୀନ୍‌ ଗସ୍ତ। ଜୟଶଙ୍କର ତାଙ୍କ ଚୀନ୍‌ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଗତକାଲି କହିଥିଲେ ଯେ ସୀମା ବିବାଦର ସମାଧାନ ପାଇଁ ବିଶ୍ବାସ ସୃଷ୍ଟିକାରୀ ପ୍ରୟାସ ଜରୁରୀ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *