ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ଯ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ଯ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍

  • ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ଯ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି।
  • ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।
  • ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା।

ଜଗତସିଂହପୁର, ୨୨-୦୭-୨୦୨୫(ଏସ.ଏମ. ) : ଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ଯ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି। ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା। ସୂଚନାଯୋଗ୍ୟ, ଜଗତସିଂହପୁରରେ ଗତକାଲି ରାତିରେ ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଦୁ‌ଷ୍କର୍ମ କରିଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ସଦର ମହକୁମାରୁ ୫ କିଲୋମିଟର ଦୂରରେ ଥିବା ଏହି ଗାଁର ପୀଡ଼ିତା ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ‌ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ। ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସ ଡକାଇ ପୀଡ଼ିତାଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି। ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୁଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ଅନ୍ୟପଟେ ପୀଡ଼ିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା ଜାରି ରଖିଛି। ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *