ଜନ୍ମଦିନରେ ଗଛଟିଏ କାର୍ଯ୍ୟକ୍ରମ,ବୃକ୍ଷ ହିଁ ଜୀବନ
ଜନ୍ମଦିନରେ ଗଛଟିଏ କାର୍ଯ୍ୟକ୍ରମ,ବୃକ୍ଷ ହିଁ ଜୀବନ
କଣ୍ଟାପଡା,୦୭-୦୭-୨୦୨୫( ଏସ.ଏମ .) :(ଦ୍ୱିଜବର ମହାପାତ୍ର) ସାଇଲୋ ବଡ଼ବିଲ ସ୍ଥିତ ଗୋପବନ୍ଧୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ର ସଂସଦ ତରଫରୁ ୧୫ ବର୍ଷ ଧରି ଚାଲିଥିବା ଜନ୍ମ ଦିନ ପାଇଁ ଗଛଟିଏ କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ର କଣ୍ଟାପଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ତଥା ବ୍ରାହ୍ମଣବାଟୀ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଜନ୍ମ ଦିନରେ ଅପରାହ୍ନ ତମାମ ସାନମୁଳାଇ ସ୍ଥିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିସର ହନୁମାନ ମନ୍ଦିର ପରିସର ଓ ସ୍କୁଲ ନିକଟରେ ୨୦ଟି ଆମ୍ବ ଗଛ ଓ ଗୋଟିଏ ଅଶ୍ୱସ୍ତ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଵୟୋଜ୍ୟଷ୍ଠ, ଯୁବକ ଓ କୁନି କୁନି ପିଲାମାନେ ଯୋଗ ଦେଇଥିଲେ। ନବଘନ ପାତ୍ର, ସନାତନ ବାରିକ, ଦୀପକ ପାତ୍ର ଶରତ ଜେନା, ଉପେନ୍ଦ୍ର ଜେନା, ବିଶ୍ୱମ୍ବର ପାତ୍ର, ଶରତ ମହାପାତ୍ର,ଆନନ୍ଦ ଜେନା, ଧୋବେଇ ଜେନା ପୁନାନନ୍ଦ ପାତ୍ର, ଶକ୍ତିକାନ୍ତ ପାତ୍ର, ସୁକାନ୍ତ ବେହେରା, ମଜନୁ ପାତ୍ର, କାଳନ୍ଦୀ ପାତ୍ର, ବେଣୁଧର ବେହେରା, ରଣଜିତ ଆଚାର୍ଯ୍ୟ, ଚିତ୍ତ ରଞ୍ଜନ ଆଚାର୍ଯ୍ୟ,ରଶ୍ମି ରଞ୍ଜନ ଆଚାର୍ଯ୍ୟ, ପ୍ରକାଶ ବେହେରା ପ୍ରଶାନ୍ତ ପାତ୍ର, ରବୀନ୍ଦ୍ର ବେହେରା, କାର୍ତ୍ତିକ ପାତ୍ର, ଅକ୍ଷୟ ରାଉତରାୟ, ନରେନ୍ଦ୍ର ମହାପାତ୍ର, ପବି ମଲ୍ଲିକ, ବାବାଜୀ ଚରଣ ବେହେରା, ବିଶ୍ୱରଂଜନ ଆଚାର୍ଯ୍ୟ, ଅଜୟ ପରିଡା, ମଙ୍ଗୁ ବେହେରା, ସୁକାନ୍ତ ଭୋଇ, କର୍ଣ୍ଣାଟ ପାତ୍ର, ସଞ୍ଜୟ ଦାଶ, ବିଶ୍ଵମ୍ବର ରାଉତରାୟ, କାଳନ୍ଦୀ ରାଉତରାୟ, ବିଜ୍ଞାନ ପରିଡା,ଦିଲ୍ଲୀପ କୁମାର ବାରିକ, ଝରି ବାରିକ, ସନ୍ତୋଷ କୁମାର ବାରିକ,ବିଶ୍ୱଜିତ କାନୁନଗୋ ଓ ସୁବ୍ରତ ମହାନ୍ତି, ସୁଧାଂଶୁ କାନୁନଗୋ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ବର୍ଷ ତମାମ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଛାତ୍ର ସଂସଦ ତରଫରୁ ସୂଚନା ଦିଆ ଯାଇଛି।