TOP STORIESଅପରାଧଦୁର୍ନୀତିଦେଶ- ବିଦେଶରାଜନୀତି

ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିବ ମହାଭିଯୋଗ!

ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିବ ମହାଭିଯୋଗ!

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମିଳିବା ଏବଂ ଏଥିରେ ତାଙ୍କର ଦୋଷ ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୦୬-୨୦୨୫(ଏସ .ଏମ ) : ହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମିଳିବା ଏବଂ ଏଥିରେ ତାଙ୍କର ଦୋଷ ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଗାମୀ ମୌସୁମୀ ଅଧିବେଶନରେ ମହାଭିଯୋଗ ପ୍ରସ୍ତାବ ଆଣିବା ପୂର୍ବରୁ ସରକାର ସମସ୍ତ ବିରୋଧୀ ଦଳ ସହ କଥା ହେବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଭିନ୍ନ ଦଳ ସହ ଏ ବାବଦରେ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି। ମୌସୁମୀ ଅଧିବେଶନରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ପ୍ରସ୍ତାବ ଆଗତ କରିବେ ଏବଂ ଏଥିପାଇଁ ସହମତି ହାସଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନଗଦ ଟଙ୍କା ବିବାଦ ପରେ ଜଷ୍ଟିସ୍‌ ବର୍ମାଙ୍କୁ ନିକଟରେ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ପ୍ୟାନେଲ୍‌ର ଆଭ୍ୟନ୍ତରୀଣ ତଦନ୍ତ ପରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଷ୍ଟିସ୍‌ ବର୍ମାଙ୍କ ବିରୋଧରେ ମହାଭିଯୋଗ ପାଇଁ ସୁପାରିସ କରିଥିଲେ। ତଦନ୍ତରେ ବିଚାରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପ୍ୟାନେଲ୍‌ର ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ସିଜେଆଇ ଖାନ୍ନା ମଧ୍ୟ ବ୍ୟକ୍ତିଗତ ଭାବେ ଜଷ୍ଟିସ୍‌ ବର୍ମାଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଥିଲେ, କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ତେବେ ବିଚାରପତିଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ ବୋଲି ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ବର୍ମା ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଏବଂ ତାଙ୍କ ଆଉଟ୍‌ ହାଉସ୍‌ରେ ନିଆଁ ଲାଗିବା ପରେ ମିଳିଥିବା ନଗଦ ଟଙ୍କା ସହ କୌଣସି ସମ୍ପୃକ୍ତି ଥିବା କଥାକୁ ଅସ୍ୱୀକାର କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *