ଦେଶ- ବିଦେଶରାଜ୍ୟ

ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି

ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି

ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସୋମବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି

ନୂଆଦିଲ୍ଲୀ/କଟକ୧୫-୦୭-୨୦୨୫(ଏସ .ଏମ ) : ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ’ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ। ସୋମବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଷ୍ଟିସ୍‌ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀ ଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ ‌କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ।

ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

୨୦୦୪ରୁ ବିଭାଜନ ପର୍ଯ୍ୟନ୍ତ ସେ ତ୍ରିପୁରା ରାଜ୍ୟର ଷ୍ଟାଣ୍ଡିଂ କାଉନସିଲ୍‌ରେ ଥିଲେ। ସେ ଆସାମ ଲ’ କମିସନ୍‌ର ସଦସ୍ୟ ଓ ଇଣ୍ଡିଆନ୍ ଲ’ ଇନଷ୍ଟିଚ୍ୟୁଟ୍‌ର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୩, ମେ’ ୨୨ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୧୨ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ‌ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *