TOP STORIESଦେଶ- ବିଦେଶ

ଜାତିସଂଘରେ ନିଜେ ବୈଠକ ଡାକି ଭରା ବେଜିତ ହେଲା ପାକିସ୍ତାନ

ଜାତିସଂଘରେ ନିଜେ ବୈଠକ ଡାକି ଭରା ବେଜିତ ହେଲା ପାକିସ୍ତାନ

ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଗଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ): ହଲଗାମ୍ ଆକ୍ରମଣକୁ ନେଇ ନିଜ ଜାଲରେ ନିଜେ ଫସିଗଲା ପାକିସ୍ତାନ । ଜାତିସଂଘରେ କାମ କଲାନି ପାକିସ୍ତାନ ମିଛି ମିଛିକା ଡ୍ରାମା । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତର ଆକ୍ସନ ପରେ ବୈଠକ ଡାକି ଅନ୍ୟ ଦେଶର ସାହାନୁଭୂତି ସାଉଁଟିବାକୁ ପାକିସ୍ତାନ ଯେଉଁ ଶସ୍ତା ଡ୍ରାମା କରିଥିଲା, ଡ୍ରାମେବାଜ୍ ପାକିସ୍ତାନର ଅସଲ ମୁଖା ଜାତିସଂଘରେ ହିଁ ଖୋଲିଗଲା । ଆଉ ନିଜେ ବୈଠକ ଡାକି ଭରା ବେଜିତ ହେଲା ପାକିସ୍ତାନ ।ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି । ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ତାସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଗଲା । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନଏସସି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *