Sportsଖେଳରାଜ୍ୟ

ଜାତୀୟ ସ୍ତରରେ ଚମକ ଦେଖାଇଲେ ଧାବକ ଧାବିକା ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ

ଜାତୀୟ ସ୍ତରରେ ଚମକ ଦେଖାଇଲେ ଧାବକ ଧାବିକା ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ

ଭୁବନେଶ୍ୱର ୧୧-୦୪-୨୦୨୫( ଏସ.ଏମ ) :  ପୁଣି ଥରେ ଜାତୀୟ ସ୍ତରରେ ଚମକ ଦେଖାଇଛନ୍ତି ଓଡ଼ିଶାର ଅଭିଜ୍ଞ ଧାବକ ଧାବିକା ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ। ରାଞ୍ଚିରେ ଅନୁଷ୍ଠିତ ତୃତୀୟ ଇଣ୍ଡିଆନ୍ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଅମିୟ ମଲ୍ଲିକ ପ୍ରଥମ ସ୍ଥାନ ଦଖଲ କରି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଦୁଇଟି ବର୍ଗରେ ବିଜୟିନୀ ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି।୩୨ ବର୍ଷୀୟ ଅମିୟ ୧୦୦ ମିଟର ପୁରୁଷ ଦୌଡ଼ରେ ଚମତ୍କାର ସମୟ ୧୦.୬୬ ‌ସେକେଣ୍ଡ୍‌ ନେଇ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଅନ୍ୟତମ ଓଡ଼ିଆ ପୁଅ ଅବିନାଶ ସାହୁ ୧୦.୭୧ ସେକେଣ୍ଡ୍‌ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ହରିୟାଣାର ଧରମବୀର (୧୦.୭୪ ସେକେଣ୍ଡ୍‌) ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ପୁରୁଷ ୨୦୦ ମିଟର୍‌ ‌ଦୌଡ଼ରେ ଓଡ଼ିଶାର ଆସ୍ତିକ ପ୍ରଧାନ (୨୧.୭୮ ସେକେଣ୍ଡ୍‌) ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। ଦିଲ୍ଲୀର ରାଜା ବାବୁ ଆଲାମ (୨୧.୬୩ ‌ସେକେଣ୍ଡ୍‌) ଓ ବିହାରର ଅର୍ଜିତ କୁମାର ୟାଦବ (୨୨.୦୫ ସେକେଣ୍ଡ୍‌) ଯଥାକ୍ରମେ ପ୍ରଥମ ଓ ତୃତୀୟରେ ରହିଥିଲେ। ପୁରୁଷ ବର୍ଗର ୧୫୦୦ ମିଟର୍‌ ଦୌଡ଼ରେ ଅଶୋକ ଦଣ୍ଡସେନା (୩:୫୩.୦୭ ମିନିଟ୍‌) ପ୍ରଥମ ସ୍ଥାନ ଦଖଲ କରି ଓଡ଼ିଶା ପାଇଁ ଆଉ ଏକ‌ ଗୌରବ ମଧ୍ୟ ଆଣିଛନ୍ତିମହିଳା ବିଭାଗରେ ଶ୍ରାବଣୀ ନନ୍ଦ ୧୦୦ ମିଟର୍‌ ଦୌଡ଼ରେ ୧୨.୩୩ ସେକେଣ୍ଡ୍‌ ଏବଂ ୨୦୦ ମିଟର୍‌ ଦୌଡ଼ରେ ୨୪.୭୫ ସେକେଣ୍ଡ୍‌ ସମୟ ନେଇ ଶୀର୍ଷରେ ରହିଥିଲେ। ୧୦୦ ମିଟର୍‌ରେ ଦିଲ୍ଲୀର ଜ୍ୟୋତି (୧୨.୮୬ ସେକେଣ୍ଡ୍) ଦ୍ବିତୀୟ ଏବଂ ଓଡ଼ିଶାର ସୁଖି ବାସ୍କେ (୩:୫୩.୦୭) ତୃତୀୟ ସ୍ଥାନ‌ରେ ରହିଥିଲେ। ଏଥି ସହ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୪ଟି ପ୍ରଥମ ସ୍ଥାନ ଏବଂ ଗୋଟିଏ ଲେଖାଏଁ ଦ୍ବିତୀୟ ଓ ତୃତୀୟ ସ୍ଥାନ ସଫଳତା ମିଳିଛି। ବର୍ଷା ପାଇଁ ଗୁରୁବାର ପ୍ରାୟ ଦୁଇ ଘଣ୍ଟା ପ୍ରତିଯୋଗିତା ବନ୍ଦ ରହିବା ପରେ ଓଡ଼ିଶା ଖେଳାଳିମାନେ ବି ଚମତ୍କାର ଭାବେ ଦିନକୁ ଶେଷ କରିଛନ୍ତି। ଏକଦା ଜାତୀୟ ରେକର୍ଡ (୧୦.୨୬ ସେକେଣ୍ଡ୍) କରିଥିବା ଅମିୟ ୨୦୨୩ ପରେ ପ୍ରତ୍ୟାବର୍ତ୍ତନ କରି ଭାରତର‌ ଶ୍ରେଷ୍ଠ ଧାବକ ହୋଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *