ଜୁନ୍ ୩୦ରୁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ପ୍ରବେଶିକା ପରୀକ୍ଷା
ଜୁନ୍ ୩୦ରୁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ପ୍ରବେଶିକା ପରୀକ୍ଷା
କଟକ ୨୦-୦୬-୨୦୨୫(ଏସ.ଏମ ) : ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡରର ନିଯୁକ୍ତି ବର୍ଷ ୨୦୨୫-୨୬ ନିମନ୍ତେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । କୋଲକାତା ନିଯୁକ୍ତି ଜୋନ ନିମନ୍ତେ ଦେଶର ୧୮ଟି ସହରର ୨୨ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପାଇଁ କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର (ଗଞ୍ଜାମ) ଆଦି ୭ଟି ସ୍ଥାନରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦେବା ପାଇଁ ଗତ ଅପ୍ରେଲ ୨୫ ତାରିଖ ସୁଦ୍ଧା ପଞ୍ଜିତରଣ କରିଥିବା ପ୍ରାର୍ଥୀମାନେ Organging surebyx verid Vertious Science ୱେବସାଇଟରୁ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଯେଉଁ ପଞ୍ଜିକୃତ ପ୍ରାର୍ଥୀମାନେ ଆଡମିଟ କାର୍ଡ ପାଇନାହାନ୍ତି ସେମାନେ ନିଜ ନିଜ ଅଂଚଳର ସେନା ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏକ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ପରୀକ୍ଷା ସମ୍ବନ୍ଧିତ ସବିଶେଷ ତଥ୍ୟ ୱେବସାଇଟରେ ଉପଲବ୍ଧ ରହିଛି । ନିଯୁକ୍ତି ପ୍ରସଙ୍ଗରେ ପ୍ରାର୍ଥୀମାନେ କୌଣସି ଅସାଧୁ ବ୍ୟକ୍ତିଙ୍କ କବଳରେ ନ ପଡିବାକୁ ଅନୁରୋଧ କରଯାଉଛି । ଯେକୌଣସି ଅନୁସନ୍ଧାନ ପାଇଁ ନିକଟସ୍ଥ ସେନା ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ଆବଶ୍ୟକ ।