LatestNewsPoliticsଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ଜୁନ ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ରାଜ୍ୟ ସରକାର

ଜୁନ ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ରାଜ୍ୟ ସରକାର

ରାଜ୍ୟ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ | ଭୁବନେଶ୍ଵର ରେଳ ଅଡିଟରିୟମରେ ପାଳିତ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ | ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ |

ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ରାଜ୍ୟ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ | ଭୁବନେଶ୍ଵର ରେଳ ଅଡିଟରିୟମରେ ପାଳିତ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ | ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ |ଏନେଇ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନୀମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ | ସେ ସମୟରେ ଗିରଫ ହୋଇଥିବା ୫୬ଜଣଙ୍କୁ ସରକାର ପେନସନ ଦେଉଛନ୍ତି | ଆହୁରି ୫୨ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି | ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ୧୯୭୫ ମସିହା ଜୁନ ୨୫ ତାରିଖରେ ସମ୍ବିଧାନ ହତ୍ୟା ହୋଇଥିଲା | ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା | ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ। ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ | ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି | ତାକୁ ଯେଉଁମାନେ ବିରୋଧ କରୁଛନ୍ତି, ଏହା ସମ୍ବିଧାନ ପ୍ରତି ସମ୍ମାନ ନୁହେଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *