ଦେଶ- ବିଦେଶରାଜନୀତି

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏ ସଂକ୍ରାନ୍ତ ସୂଚନା ଦେଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ .ଏମ ) : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏ ସଂକ୍ରାନ୍ତ ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ସୁପାରିସକ୍ରମେ ଏ ବାବଦ କାର୍ଯ୍ୟସୂଚୀ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି। ବିରୋଧୀ ଦଳର ନେତାମାନେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନିମନ୍ତେ ଦୃଢ଼ ଦାବି କରୁଥିବା ବେଳେ ଆଜି ମୌସୁମୀ ଅଧିବେଶନ ପାଇଁ ତାରିଖ ଘୋଷଣା ଆଗାମୀ ଦିନରେ ରାଜନୀତିକୁ ସରଗରମ କରିବ। ବିରୋଧୀ ଦଳମାନଙ୍କ ସ୍ବତନ୍ତ୍ର ଅଧିବେଶନ ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ନିୟମ ଅନୁଯାୟୀ ମୌସୁମୀ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇପାରିବ। ତିନି ମାସରୁ ଅଧିକ ସମୟ ବ୍ୟବଧାନ ପରେ ଜୁଲାଇ ୨୧ ତାରିଖ ପୂର୍ବାହ୍ଣ ୧୧ଟାରେ ସଂସଦର ଉଭୟ ଗୃହର ଅଧିବେଶନ ଡକାଯିବ ବୋଲି ସେ କହିଛନ୍ତି।

‘ଅପରେସନ ସିନ୍ଦୂର’ ପରେ ପ୍ରଥମ ସଂସଦ ଅଧିବେଶନ
ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରଗରମ ରହିପାରେ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ପରେ ଏହା ହେବ ପ୍ରଥମ ସଂସଦ ଅଧିବେଶନ। ପହଲଗାମ ଆକ୍ରମଣ ଉପରେ ଆଲୋଚନା ପାଇଁ ବିରୋଧୀ ଦଳମାନେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କରି ଆସୁଥିବାରୁ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ଇଣ୍ଡିଆ ମେଣ୍ଟ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଥିଲେ। ଆଗାମୀ ମୌସୁମୀ ଅଧିବେଶନରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ସରକାର ମହାଭିଯୋଗ ପ୍ରସ୍ତାବ ଆଗତ କରିବା ସମ୍ଭାବନା ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମହାଭିଯୋଗ ଆଗତ କରାଯିବା ନେଇ ବିଭିନ୍ନ ରାଜନୈତିକ ଦଳ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *