ଟକମକ ଫୁଟୁଛି ଓଡ଼ିଶା
ଟକମକ ଫୁଟୁଛି ଓଡ଼ିଶା
ବିଶ୍ବର ୨ୟ ଉତ୍ତପ୍ତ ସହର: ଝାରସୁଗୁଡ଼ା
ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ) : ଫୁଟୁଛି ଓଡ଼ିଶା, ତତଲା କଡେଇରେ ଭାଜି ହେଲା ଝାରସୁଗୁଡା। ତାତି ହଠାତ୍ ଏତେ ବଢିଗଲା ଯେ ଦିନର ତାପମାତ୍ରା ରେକର୍ଡ଼ ଭାଙ୍ଗିଦେଲା ଆଉ ବିଶ୍ବର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ନିଜ ନାଁ ଯୋଡିଦେଲା। ବିଶ୍ବର ଉତ୍ତପ୍ତ ସହର ତାଲିକାରେ ୨ୟରେ ଅଛି ଓଡିଶାର ଝାରସୁଗୁଡ଼ା ।ତେବେ ଗତକାଲି ତାତି ଏତେ ଥିଲା ଯେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ମଣିଷ ଏଣନିଶ୍ବାସୀ ହୋଇପଡୁଥିଲା । ସକାଳ ହେବା ପରଠାରୁ ପଦାକୁ ବାହାରିବା ଏକପ୍ରକାର ମୁସକିଲ ହୋଇ ପଡୁଥିଲା । ଦିନ ୧୧ଟା ବେଳକୁ ମୁଣ୍ଡ ଉପରେ ଖରା ଟାଇଁଟାଇଁ ।
/sambad/media/media_files/2025/04/22/vaCiT16tMRNxJIYz23yU.jpg)
ସେପଟେ ଆସି ସକାଳ ସକାଳୁ ସକାଳୁ ତାତିର ତାଉ ଦେଖିବାକୁ ମିଳିଲାଣି । ଏତିକି ବେଳୁ ଫୁଟିଲାଣି ଓଡ଼ିଶା । ସକାଳ ସାଢେ ୮ଟାରୁ କଲବଲ କଲାଣି ତାତି । ଝାରସୁଗୁଡା- ୩୪.୮ ଡିଗ୍ରି, ସମ୍ବଲପୁର- ୩୪.୮ ଡିଗ୍ରି, ଭୁବନେଶ୍ବର- ୩୨ ଡିଗ୍ରି ଏବଂ କଟକ- ୩୩.୬ ଡିଗ୍ରି ସେଲସିୟସ ରହିଥିବା ବେଳେ ଆଗକୁ ଆହୁରି ସମୟ ଅଛି । ତେବେ ଖରା ପାଇଁ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି ।