LatestTOP STORIESଦେଶ- ବିଦେଶରାଜନୀତିରାଜ୍ୟ

ଟିଏମ୍‌ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର

ଟିଏମ୍‌ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର

ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍‌ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ .ଏମ ) : ର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍‌ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।କୃଷ୍ଣନଗରରୁ ଦୁଇଥର ଲୋକସଭା ସାଂସଦ ବନିଥିବା ମହୁଆ ଓଡ଼ିଶାର ପୁରୀ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ନାମୀ ସାଂସଦ ମିଶ୍ରଙ୍କୁ ବିବାହ କରିଛନ୍ତି ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି।

ଇଣ୍ଡିଆ ଟୁଡେ ଟିଭି ଦ୍ୱାରା ପ୍ରାପ୍ତ ଏକ ଫଟୋରେ ମୋଇତ୍ରା ପାରମ୍ପରିକ ପୋଷାକ ଏବଂ ଭାରୀ ସୁନା ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ତାହା ସହିତ ପିନାକୀ ଓ ମହୁଆ ପରସ୍ପରଙ୍କ ହାତ ଧରାଧରି ହୋଇଛି। ଯାହାକି ଏକ ଆନୁଷ୍ଠାନିକ ବିବାହକୁ ସୂଚୀତ କରୁଛି। ତେବେ ମୋଇତ୍ର କିମ୍ବା ମିଶ୍ର ଏପର୍ଯ୍ୟନ୍ତ ବିବାହକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି।

୧୯୭୪ ମସିହା ଅକ୍ଟୋବର ୧୨ ତାରିଖରେ ଆସାମରେ ଜନ୍ମଗ୍ରହଣ କରିଥିବା ମହୁଆ ମୋଇତ୍ରା ଜଣେ ବ୍ୟାଙ୍କର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ୨୦୧୦ରେ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇଥିଲେ। ମୋଇତ୍ର ୨୦୧୯ରେ ପଶ୍ଚିମବଙ୍ଗର କୃଷ୍ଣନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୨୪ରେ ପୁନଃ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ସ୍ପଷ୍ଟ ଭାଷଣ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଛନ୍ତି।

ଏପଟେ ୧୯୫୯ ମସିହା ଅକ୍ଟୋବର ୨୩ ତାରିଖରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ପ୍ରବୀଣ ରାଜନେତା ଏବଂ ବରିଷ୍ଠ ଓକିଲ। ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ବିଏ (ଅନର୍ସ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ଫ୍ୟାକଲ୍ଟିରୁ ଏଲଏଲବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ମିଶ୍ର ତାଙ୍କର ରାଜନୈତିକ ଯାତ୍ରା ଭାରତୀୟ ଜାତୀୟ କଂଗ୍ରେସରୁ ଆରମ୍ଭ କରିଥିଲେ। ସେ ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ପରେ ସେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟ ସହିତ ବହୁବାର ପୁନଃନିର୍ବାଚିତ ହୋଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *