ଟିସିଏସ୍ (ଟାଟା କନ୍ସଲଟାନ୍ସି ସର୍ଭିସେସ୍)କୁ ୯୯ ପଇସାରେ ୨୩ ଏକର ଜମି
ଟିସିଏସ୍ (ଟାଟା କନ୍ସଲଟାନ୍ସି ସର୍ଭିସେସ୍)କୁ ୯୯ ପଇସାରେ ୨୩ ଏକର ଜମି
ବିଶାଖାପାଟଣା/ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) : ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ଟିଡିପି ସରକାର ମାତ୍ର ୯୯ ପଇସାରେ ବିଶାଖାପାଟଣାରେ ଥିବା ୨୧.୧୬ ଏକର ଜମି ସଫ୍ଟୱେୟାର କମ୍ପାନୀ ଟିସିଏସ୍ (ଟାଟା କନ୍ସଲଟାନ୍ସି ସର୍ଭିସେସ୍)କୁ ପ୍ରଦାନ କରିଥିବା ଜଣାପଡିଛି। ଚନ୍ଦ୍ରବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଗତ ମଙ୍ଗଳବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ପ୍ରକାଶ। ଉକ୍ତ ଜମିର ପ୍ରକୃତ ମୂଲ୍ୟ ୧୩୭୦ କୋଟି ଟଙ୍କା ହୋଇଥିବାବେଳେ ଟିସିଏସ୍କୁ ଏଭଳି ଶସ୍ତା ମୂଲ୍ୟରେ କାହିଁକି ବିକ୍ରି କରାଗଲା, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ବିଶାଖାପାଟଣା ଆଇଟି ହିଲ୍ ନମ୍ବର ୩ରେ ଅବସ୍ଥିତ ଏହି ଜମିରେ ଟିସିଏସ୍ ପ୍ରକଳ୍ପ ନିର୍ମାଣ କଲେ ୧୨ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ଆନ୍ଧ୍ର ସରକାର ସଫେଇ ଦେଇଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡିକ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।