ଖେଳଦେଶ- ବିଦେଶ

ଟେଷ୍ଟ୍‌ରୁ ଅବସର ନେବାର କାରଣ କହିଲେ ‌କୋହଲି

ଟେଷ୍ଟ୍‌ରୁ ଅବସର ନେବାର କାରଣ କହିଲେ ‌କୋହଲି

ଟେଷ୍ଟ୍‌ରୁ ଅବସର ‌କାହିଁକି ନେଲେ ତା’ର ଉତ୍ତର ମଜାଳିଆ ଢଙ୍ଗରେ ଦେଇଥିଲେ। କହିଥିଲେ, ‘ଦୁଇ ଦିନ ତଳେ ମୁଁ ମୋ ଦାଢ଼ି ରଙ୍ଗ କରିଛି। ଯଦି ପ୍ରତି ୪ ଦିନରେ ରଙ୍ଗ କରିବ ତେବେ ଜାଣିପାରିବ ତୁମ ଅବସର ସମୟ ଆସିଗଲା’’

ଲଣ୍ଡନ/ନୂଆଦିଲ୍ଲୀ୧୧-୦୭-୨୦୨୫(ଏସ .ଏମ ) : ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ପରେ ପ୍ରଥମ ଥର ଏହି ନିଷ୍ପତ୍ତି ନେବାର କାରଣ କହିଛନ୍ତି ଭାରତର ତାରକା ବ୍ୟାଟର୍‌ ବିରାଟ କୋହଲି। ଲଣ୍ଡନରେ ୟୁବିକ୍ୟାନ୍‌ ଫାଉଣ୍ଡେସନ୍‌ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ପାଣ୍ଠି ସଂଗ୍ରହ ଲାଗି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୧୧ ବିଶ୍ବକପ୍‌ ହିରୋ କୋହଲି ଟେଷ୍ଟ୍‌ ଅବସର ଉପରେ ମୁହଁ ଖୋଲିଥିଲେ।

ଯୁବରାଜ, ରବି ଶାସ୍ତ୍ରୀ, କେଭିନ ପିଟରସନ, କ୍ରି‌ସ୍‌ ଗେଲ୍‌ ଓ ଡାରେନ୍‌ ଗଫ୍‌ଙ୍କ ସହ ‌ମଞ୍ଚରେ ଉପସ୍ଥିତ ଥିବା କୋହଲି ପରିଚାଳକ ଗୌରବ କାପୁରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଟେଷ୍ଟ୍‌ରୁ ଅବସର ‌କାହିଁକି ନେଲେ ତା’ର ଉତ୍ତର ମଜାଳିଆ ଢଙ୍ଗରେ ଦେଇଥିଲେ। କହିଥିଲେ, ‘ଦୁଇ ଦିନ ତଳେ ମୁଁ ମୋ ଦାଢ଼ି ରଙ୍ଗ କରିଛି। ଯଦି ପ୍ରତି ୪ ଦିନରେ ରଙ୍ଗ କରିବ ତେବେ ଜାଣିପାରିବ ତୁମ ଅବସର ସମୟ ଆସିଗଲା’’।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *