ଦେଶ- ବିଦେଶରାଜନୀତି

‘ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଅସ୍ତ୍ରବିରତି କରିଛନ୍ତି ମୋଦୀ’: ରାହୁଲ ଗାନ୍ଧୀ

‘ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଅସ୍ତ୍ରବିରତି କରିଛନ୍ତି ମୋଦୀ’: ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ରାହୁଲ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି

ଭୋପାଳ/ଭୁବନେଶ୍ୱର ୦୪-୦୬-୨୦୨୫(ଏସ .ଏମ ) : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ରାହୁଲ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ କରି ମୋଦୀଜୀଙ୍କୁ ଅସ୍ତ୍ରବିରତି କରିବାକୁ କହିଥିଲେ ଏବଂ ପ୍ରଧାନମନ୍ତ୍ରୀ ତୁରନ୍ତ ଏହାକୁ ଗ୍ରହଣ କରିନେଇଥିଲେ। କଂଗ୍ରେସ କ୍ଷମତାରେ ଥିଲେ ଏଭଳି ଆତ୍ମସମର୍ପଣ କଦାପି କରିନଥାନ୍ତା’ ବୋଲି ରାହୁଲ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ରାହୁଲ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏବେ ଦେଶରେ ଆଦର୍ଶଗତ ଲଢ଼େଇ ଚାଲିଛି ଏବଂ ବିଜେପି-ଆର୍‌ଏସ୍‌ଏସ୍‌ ଦେଶର ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଛନ୍ତି। ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ବିଜେପି ଓ ଆର୍‌ଏସ୍ଏସ୍‌ ନିୟନ୍ତ୍ରଣକୁ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେମାନେ ନିଜ ଲୋକଙ୍କୁ ସବୁ ଅନୁଷ୍ଠାନରେ ନିୟୋଜିତ କରିଛନ୍ତି ବୋଲି ରାହୁଲ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *