ଅପରାଧରାଜ୍ୟ

ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ

ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ

  • ଭୋପାଳରୁ ଦୁଇ ସାଇବର୍‌ ଠକ ଗିରଫ
  • ଭୁବନେଶ୍ବର ବାସିନ୍ଦାଙ୍କଠାରୁ ଲୁଟିଥିଲେ ଦେଢ଼ କୋଟି

କଟକ ୨୪-୦୫-୨୦୨୫(ଏସ.ଏମ ) : ଟ୍ରେଡିଂରେ ନିବେଶ କରି କୋଟିପତି ହେବାର ସ୍ବପ୍ନ ଦେଖିଥିବା ଭୁବନେଶ୍ବରର ଜଣେ ବ୍ୟକ୍ତି ଫସିଯାଇଛନ୍ତି। ସାଇବର୍ ଠକ ତାଙ୍କ ନିକଟରୁ ନିବେଶ ନାଁରେ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ ଭୋପାଳ ଜାହାଙ୍ଗିରବାଦର ତୟବ ଖାଁ (୨୩) ଓ ଫିରୋଜ ଖାଁ (୩୬)ଙ୍କୁ ଗିରଫ କରିଛି। ଉଭୟଙ୍କୁ ରତଲାମ ଓ ଭୋପାଳ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ତଦନ୍ତ ଜାରି ରଖିଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *