LatestNewsTOP STORIESWordPressଦେଶ- ବିଦେଶବାଣିଜ୍ୟରାଜନୀତି

ଟ୍ରେନରେ ମିଳିବ ଏଟିଏମ ସୁବିଧା!

 ଟ୍ରେନରେ ମିଳିବ ଏଟିଏମ ସୁବିଧା!

ଦେଶରେ ପ୍ରଥମଥର ପାଇଁ ଚଳନ୍ତା ଟ୍ରେନରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି। ଏହାର ପରୀକ୍ଷଣ ସଫଳ ହୋଇଛି। ଏହି ଏଟିଏମ୍ ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସର ଏକ ଏସି କୋଚରେ ସ୍ଥାପିତ ହୋଇଛି।

ନୂଆଦିଲ୍ଲୀ/ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) :  ଦେଶରେ ପ୍ରଥମଥର ପାଇଁ ଚଳନ୍ତା ଟ୍ରେନରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି। ଏହାର ପରୀକ୍ଷଣ ସଫଳ ହୋଇଛି। ଏହି ଏଟିଏମ୍ ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସର ଏକ ଏସି କୋଚରେ ସ୍ଥାପିତ ହୋଇଛି। ଏହି ଟ୍ରେନକୁ ‘ଫାଷ୍ଟ କ୍ୟାସ୍ ଏକ୍ସପ୍ରେସ’ କୁହାଯାଉଛି।ରେଳବାଇର ଅଧିକାରୀମାନେ ଏହି ଏଟିଏମ ସ୍ଥାପନକୁ ନେଇ କହିଛନ୍ତି, ‘ଇଗତପୁରୀ ଏବଂ କସାରାରେ କିଛି ସମୟ ପାଇଁ ସିଗନାଲଟି ଅଦୃଶ୍ୟ ହୋଇଯାଇଥିଲା। ଏଠାରେ ନେଟୱାର୍କ ସମସ୍ୟା ଅଛି ଏବଂ କିଛି ସୁଡ଼ଙ୍ଗ ମଧ୍ୟ ଅଛି। ଯେଉଁ କାରଣରୁ ଏଭଳି ଅସୁବିଧା ପରିଲକ୍ଷିତ ହୋଇଥିଲା। ଭୁସାଭଲ ଡିଆରଏମ (ଡିଭିଜନାଲ ରେଲୱେ ମ୍ୟାନେଜର) ଇତି ପାଣ୍ଡେ କହିଛନ୍ତି, ଟ୍ରେନରେ ଏଟିଏମ ସ୍ଥାପନର ପରୀକ୍ଷଣର ଫଳାଫଳ ଭଲ ଥିଲା। ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ। ମେସିନର କାର୍ଯ୍ୟଦକ୍ଷତା ଉପରେ ନିରନ୍ତର ତଦାରଖ କରାଯିବ।ଏହି ଏଟିଏମ ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟରେ ଏକ ସହଯୋଗରେ ନିର୍ମିତ ହୋଇଛି। ପଞ୍ଚବଟୀ ଏକ୍ସପ୍ରେସର ସମସ୍ତ ୨୨ଟି କୋଚ୍ ଭେଷ୍ଟିବୁଲ୍ ସହିତ ସଂଯୁକ୍ତ। ତେଣୁ ଯାତ୍ରୀମାନେ ଏଟିଏମ୍ ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରିବେ। ଭେଷ୍ଟିବ୍ୟୁଲ୍ ଅର୍ଥ ଟ୍ରେନ ବଗିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା।ସୁରକ୍ଷା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ‘ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ଏଟିଏମ ଉପରେ ନଜର ରଖାଯାଇଛି। ଏହି ଏଟିଏମ କେବଳ ଟଙ୍କା ଉଠାଇବା ପାଇଁ ଉପଯୋଗୀ ନୁହେଁ ବରଂ ଏହା ଚେକ୍ ବୁକ୍ ମଗାଇବା ଏବଂ ଷ୍ଟେଟମେଣ୍ଟ ପାଇବାରେ ମଧ୍ୟ ସାହାଯ୍ୟ କରିବ। ଯଦି ଅନ୍-ବୋର୍ଡ ଏଟିଏମ୍ ସେବା ଲୋକପ୍ରିୟ ହୁଏ, ତେବେ ଏହାକୁ ଅନ୍ୟ ପ୍ରମୁଖ ଟ୍ରେନଗୁଡ଼ିକରେ ମଧ୍ୟ ସ୍ଥାପନ କରାଯିବ। ଯଦ୍ବାରା ଲୋକଙ୍କୁ ଟଙ୍କା ଉଠାଇବା ପାଇଁ ଆଉ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ। ସେମାନେ ଟ୍ରେନରେ ହିଁ ଆରାମରେ ଟଙ୍କା ଉଠାଇ ପାରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *