ଠକେଇ ଅଭିଯୋଗରେ କନେଷ୍ଟବଳଙ୍କ ସ୍ତ୍ରୀ ଗିରଫ
ଠକେଇ ଅଭିଯୋଗରେ କନେଷ୍ଟବଳଙ୍କ ସ୍ତ୍ରୀ ଗିରଫ
କନେଷ୍ଟବଳଙ୍କ ପତ୍ନୀଙ୍କ କଥା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। କନେଷ୍ଟବଳଙ୍କ ପତ୍ନୀ ଲୁଟିନେଲେ ୮ ଲକ୍ଷ, କମିସନରଙ୍କୁ ଭେଟିଲା ପରେ ମିଳିଲା ନ୍ୟାୟ। ବନ୍ଧା ହେଲେ ମହିଳା ।
ଭୁବନେଶ୍ୱର ୧୩.୦୪.୨୦୨୫ (ଏସ .ଏମ ) : ଭୁବନେଶ୍ବର ରେ ଜଣେ କନେଷ୍ଟବଳଙ୍କ ପତ୍ନୀଙ୍କ କଥା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। କନେଷ୍ଟବଳଙ୍କ ପତ୍ନୀ ଲୁଟିନେଲେ ୮ ଲକ୍ଷ, କମିସନରଙ୍କୁ ଭେଟିଲା ପରେ ମିଳିଲା ନ୍ୟାୟ। ଗିରଫ ହେଲେ ଚାଲବାଜ ମହିଳା । ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କରିଛି । ଫେସବୁକରେ ବନ୍ଧୁତା ଯୋଗୁଁ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ପରେ ମଧ୍ୟ ପୁଲିସ ନଶୁଣିବାରୁ ଗତ ଶୁକ୍ରବାର ପୁଲିସ କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇରେ ଶିକାର ପରିବାର । ଠକ ମହିଳା ସଂଯୁକ୍ତା ଭୂୟାଁ ପ୍ରୋଫାଇଲରେ ପୁଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୁଲିସ । ସେ ଜଣେ କନେଷ୍ଟବଳଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।