ଦେଶ- ବିଦେଶଶିକ୍ଷା

ଡିଜିସିଏର ପ୍ରସ୍ତାବ: କଳା, ବାଣିଜ୍ୟ ଛାତ୍ରଛାତ୍ରୀ ହୋଇପାରିବେ ପାଇଲଟ୍‌

ଡିଜିସିଏର ପ୍ରସ୍ତାବ: କଳା, ବାଣିଜ୍ୟ ଛାତ୍ରଛାତ୍ରୀ ହୋଇପାରିବେ ପାଇଲଟ୍‌

କେବଳ ବିଜ୍ଞାନ ପାଠପଢ଼ିଥି‌‌ବା ଛାତ୍ରଛାତ୍ରୀଙ୍କୁ ପାଇଲଟ୍‌ ହେବାର ସୁଯୋଗ ମିଳୁଛି। କିନ୍ତୁ ଆଗକୁ କଳା ଓ ବାଣିଜ୍ୟରେ ପାଠପଢ଼ିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପାଇଲଟ୍‌ ହେବାର ସ୍ବପ୍ନ ପୂରଣ କରିପାରିବେ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : କେବଳ ବିଜ୍ଞାନ ପାଠପଢ଼ିଥି‌‌ବା ଛାତ୍ରଛାତ୍ରୀଙ୍କୁ ପାଇଲଟ୍‌ ହେବାର ସୁଯୋଗ ମିଳୁଛି। କିନ୍ତୁ ଆଗକୁ କଳା ଓ ବାଣିଜ୍ୟରେ ପାଠପଢ଼ିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପାଇଲଟ୍‌ ହେବାର ସ୍ବପ୍ନ ପୂରଣ କରିପାରିବେ। ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦିଆଯାଇଛି। ସଂପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ଯୁକ୍ତ ଦୁଇରେ ପଦାର୍ଥ ବିଜ୍ଞାନ ଓ ଗଣିତ ବିଷୟ ନେଇ ପାଠ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କୁ କମର୍ସିଆଲ୍ ପାଇଲଟ୍‌ ଲାଇସେନ୍ସ ତାଲିମ ପାଇଁ ଯୋଗ୍ୟ ବିବେଚନା କରାଯାଉଛି। ଯଦି ଡିଜିସିଏ ପ୍ରସ୍ତାବ ମଞ୍ଜୁର ହେବ ତେବେ ଯୁକ୍ତ ଦୁଇ ପଢ଼ୁଥିବା ସବୁ ବିଷୟର ପିଲାମାନେ ପାଇଲଟ୍‌ ହୋଇପାରିବେ। ତେବେ ସେଥିପାଇଁ ସେମାନଙ୍କୁ ‌ମେଡିକାଲ୍ ଓ ଅନ୍ୟାନ୍ୟ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ବିଚାର କରିବା ପରେ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଇଦେବ। ତା’ପରେ ଆଇନରେ ଆବଶ୍ୟକ ସଂଶୋଧନ ହୋଇପାରିବ। ନବେ ଦଶକ ମଧ୍ୟଭାଗ ସୁଦ୍ଧା ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବି ପାଇଲଟ୍‌ ତାଲିମ ଦିଆଯାଉଥିଲା। ଭାରତ ହେଉଛି ବିଶ୍ବର ଏକମାତ୍ର‌ ଦେଶ ଯେଉଁଠାରେ ଏବେବି ପାଇଲଟ୍ ତାଲିମ ପାଇଁ ବିଜ୍ଞାନ ପାଠପଢ଼ା ବାଧ୍ୟତାମୂଳକ ରହିଛି। ଯେହେତୁ ସ୍କୁଲ ସ୍ତରରେ ଗଣିତ ଓ ପଦାର୍ଥ ବିଜ୍ଞାନ ବିଷୟ ପଢ଼ାହେଉଛି, ତେଣୁ ଯୁକ୍ତ ଦୁଇରେ ପିଲାମାନେ ସେହି ପାଠପଢ଼ିବା କିମ୍ବା ନ ପଢ଼ିବାର କୌଣସି ଯଥାର୍ଥତା ନାହିଁ। ସେଥିପାଇଁ କଳା ଓ ବାଣିଜ୍ୟ ପିଲାମାନଙ୍କୁ ପାଇଲଟ୍‌ ତାଲିମ ପାଇଁ ଯୋଗ୍ୟ ବିବେଚନା କରିବାକୁ ପ୍ରସ୍ତାବ ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *