LatestNewsTOP STORIESରାଜନୀତିରାଜ୍ୟ

ଡିଲରଙ୍କ ଠାରେ ଠକେଇର ଶିକାର ହେଉଛନ୍ତି ରାସନକାର୍ଡ ହିତାଧିକାରୀ

ଡିଲରଙ୍କ ଠାରେ ଠକେଇର ଶିକାର ହେଉଛନ୍ତି ରାସନକାର୍ଡ ହିତାଧିକାରୀ

ରାସନକାର୍ଡ ହିତାଧିକାରୀଙ୍କୁ ଓଜନ ମାପରେ ଡିଲରମାନେ ଠକୁଛନ୍ତି। ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଚାଲିଥିବା ବିଧାନସଭାର ଚର୍ଚ୍ଚା ମଧ୍ୟରେ ଏହିଭଳି ସାଙ୍ଘାତିକ ତଥ୍ୟ ଆସିଛି। ଏହିଭଳି ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର ୧୧-୦୩-୨୦୨୬(ଏସ .ଏମ ) :  ରାସନକାର୍ଡ ହିତାଧିକାରୀଙ୍କୁ ଓଜନ ମାପରେ ଡିଲରମାନେ ଠକୁଛନ୍ତି। ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଚାଲିଥିବା ବିଧାନସଭାର ଚର୍ଚ୍ଚା ମଧ୍ୟରେ ଏହିଭଳି ସାଙ୍ଘାତିକ ତଥ୍ୟ ଆସିଛି। ଏହିଭଳି ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର। ଚଳିତ ଆର୍ଥିକ ବର୍ଷ ୩୬୨୪ ତଦନ୍ତ କରାଯାଇ ୭୫ଟି ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରାସନକାର୍ଡ ମାଧ୍ୟମରେ ଖାଉଟି e-pos ମେସିନ ସହିତ ମାପ ଓଜନ ଯନ୍ତ୍ର ସଂଯୋଗ କରାଯାଇ ବାୟୋମେଟ୍ରିକ୍‌ ଅନ୍‌ଲାଇନ୍‌ ସୁନିଶ୍ଚିତ କରାଯାଇ ବଣ୍ଟନ କରାଯାଉଛି। ଏତଦ୍‌ବ୍ୟତୀତ ଯୋଗାଣ ଅଧିକାରୀମାନେ ନିୟମିତ ପ୍ରତ୍ୟେକ ଖାଉଟି କେନ୍ଦ୍ର ଯାଞ୍ଚ କରୁଅଛନ୍ତି ଏବଂ ଅଭିଯୋଗ ହସ୍ତଗତ ହେଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସୂଚନାଯୋଗ୍ୟ, ଏକ ଅଣତାରକା ପ୍ରଶ୍ନରେ ବିଧାୟକ ରାମଚନ୍ଦ୍ର କାଡ଼ାମ ପ୍ରଶ୍ନ ପଚାରିଥିଲେ ଯେ ରାଜ୍ୟରେ ଅନେକ ଅଞ୍ଚଳରେ ଚାଉଳ ବଣ୍ଟନ କେନ୍ଦ୍ରରେ ଓଜନ କମ ଦେବା, ନିମ୍ନମାନର ବଣ୍ଟନ ଏବଂ ଅନିୟମିତ ଯୋଗାଣ ନେଇ ଗୁରୁତର ଅଭିଯୋଗ ଆସୁଛି। ଏହି ଅନିୟମ ରୋକିବା ପାଇଁ ସରକାର କେତେ ତଦନ୍ତ ଏବଂ ନିରୀକ୍ଷଣ କରାଇଛନ୍ତି? କେତେ ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି ଓ କେତେ ମାମଲାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70