ରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଡ୍ରାଇଭର ମହାସଂଘ ଧର୍ମଘଟ ସ୍ଥଗିତ

ଡ୍ରାଇଭର ମହାସଂଘ ଧର୍ମଘଟ ସ୍ଥଗିତ

ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ମହାସଂଘ ସଦସ୍ୟ ଦୀପକ ନାୟକ କହିଛନ୍ତି

ଭୁବନେଶ୍ବର୧୩-୦୭-୨୦୨୫(ଏସ .ଏମ ) : ଦଫା ପୂରଣ ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ମହାସଂଘ ସଦସ୍ୟ ଦୀପକ ନାୟକ କହିଛନ୍ତି। ପରିବହନ ମନ୍ତ୍ରୀ ବିଭୂତି ଜେନା ଓ ବିଧାୟକ ବାବୁ ସିଂଙ୍କ ଅନୁରୋଧକୁ ରକ୍ଷା କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଥାଉକି, ଆଜି ରାଜ୍ୟର ବିଭିନ୍ନ ସ୍ଥାନକୁ ଘରୋଇବସ୍‌ ଗଡ଼ିଥିଲା। ବିଭିନ୍ନ ସ୍ଥାନରେ ଅଟକି ଥିବା ଖାଉଟି ଦ୍ରବ୍ୟ ପରିବହନ ଗାଡ଼ିଗୁଡ଼ିକ ମଧ୍ୟ ଚଳାଚଳ ଆରମ୍ଭ କରିଥିଲା। ଆଜି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡିଓ ଜାରି କରି ଡ୍ରାଇଭରମାନଙ୍କୁ ଏକ ହୋଇ ରହିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିଛି। ସେଥିପର୍ଯ୍ୟନ୍ତ ଡ୍ରାଇଭର ଭାଇମାନେ ଧୈର୍ଯ୍ୟ ଧରନ୍ତୁ ଓ ଶାନ୍ତିରେ ଆନ୍ଦୋଳନରେ ବସନ୍ତୁ। ସରକାର ବୈଠକରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ କିନ୍ତୁ ଲିଖିତ ପ୍ରତିଶ୍ରୁତି ଦେବାକୁ ଦିନ ଗଡ଼େଇ ଚାଲିଲେ। ଏଥିରୁ ଜଣାପଡ଼ୁଛି ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି। ତେଣୁ ଆମ ଆନ୍ଦୋଳନ ଚାଲୁ ରହିବ। ଯେଉଁ ଡ୍ରାଇଭରମାନେ ମାଲିକଙ୍କୁ ଚାହୁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ ବୋଲି ଶ୍ରୀ ମେଣ୍ଡୁଲି କହିଥିଲେ।

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ‌ଯେ ୮ ତାରିଖରୁ ଡ୍ରାଇଭରଙ୍କ ଆନ୍ଦୋଳନ ଆରମ୍ଭ ହେବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡ୍ରାଇଭର ମହାସଂଘର ନେତୃତ୍ବ ସ‌ହ ଆଲୋଚନା କରାଯାଇ ଦାବିର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ହୋଇସାରିଥିଲା। କିନ୍ତୁ ଡ୍ରାଇଭର ଭାଇମାନେ ଅନ୍ୟର ପ୍ରରୋଚନାରେ ଭ୍ରମିତ ହୋଇ ଆନ୍ଦୋଳନ ଜାରି ରଖିଥି‌ଲେ। ଡ୍ରା‌ଇଭରମାନେ ପନିପରିବା ଗାଡ଼ିକୁ ଅଟକାଇଲେ। ଫଳରେ ସରକାର ସମସ୍ତଙ୍କ ସହଯୋଗ ନେଇ ପୁଣି ପଣ୍ୟଦ୍ରବ୍ୟ ଓ ଯାତ୍ରୀ ପରିବହନ କରାଇଲେ। ଏହାସହିତ ଶ୍ରୀ ଜେନା ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ଅନୁରୋଧ କରି କହିଥିଲେ ‌ଯେ ଡ୍ରାଇଭର ଆନ୍ଦୋଳନ ନାମରେ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଡ୍ରାଇଭରମାନଙ୍କୁ ବାଟବଣା କରୁଛନ୍ତି। ତେଣୁ ଡ୍ରାଇଭର ଭାଇମାନେ ଏଭଳି ଆନ୍ଦୋଳନରୁ ଓହରି ଆସନ୍ତୁ। ସରକାର ଆପଣମାନଙ୍କ ସହିତ ରହିଛନ୍ତି। ସମସ୍ତ ଦାବି ସମାଧାନ କରାଯିବ ବୋଲି ଶ୍ରୀ ଜେନା କହିଥିଲେ। ଅନ୍ୟପଟରେ ଆଜି ଅଧିକାଂଶ ଘରୋଇ ବସ୍‌ ଗଡ଼ିଥିଲା। ଡ୍ରାଇଭରମାନେ ଆନ୍ଦୋଳନରେ ବସିଥିବାରୁ ଆଉ କିଛି ଗାଡ଼ି ଗଡ଼ିପାରି ନଥିଲା। ମାଲିକଙ୍କ ନିର୍ଦ୍ଦେଶରେ କଣ୍ଡକ୍ଟର ଓ ହେଲପର ଆସିଥିଲେ ମଧ୍ୟ ଡ୍ର‌ାଇଭର ଆସିନଥିବାରୁ ଗାଡ଼ି ଗଡ଼ିପାରିନ ଥିଲା। ଓଲଟା ସଡ଼କ ପରିବହନ ସଂଘ ପକ୍ଷରୁ ଆଜି ଡ୍ରାଇଭର ମହାସଂଘ ନେତୃବୃନ୍ଦଙ୍କ ନାମରେ ଠକେଇ ଅଭିଯୋଗ ଆ‌ଣିଥିଲେ। ମହାସଂଘ ନେତୃବୃନ୍ଦଙ୍କ ଆକାଉଣ୍ଟ ଯାଞ୍ଚ କରିବାକୁ ଦାବି କରାଯାଇଥିଲା। କଂଗ୍ରେସର ସମର୍ଥନ ଏକ ଗୁରୁତ୍ବପୂଣ୍ଣ ଘଟଣାକ୍ରମରେ ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା କଂଗ୍ରେସ। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ କହିଥିଲେ ଯେ ଡ୍ରାଇଭର ମହାସଂଘ ପାଇଁ କଂଗ୍ରେସର ସମାବେଶ ସଫଳ ହେଲା। ଯେଉଁ ସ୍ଥାନମାନଙ୍କରେ ଡ୍ରାଇଭର ଆନ୍ଦୋଳନ ଚାଲିଛି ସେ ସବୁ ଜାଗାରେ କଂଗ୍ରେସ ସହଯୋଗ କରିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *