BusinessLatestNewsTOP STORIESଦେଶ- ବିଦେଶବାଣିଜ୍ୟରାଜ୍ୟ

ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ

ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ

ଶିଳ୍ପ ମନ୍ତ୍ରୀ କହିଛନ୍ତି ସରକାରଙ୍କ ପ୍ରତି ନିବେଶକଙ୍କ ଭରସା ବଢ଼ିଛି। ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ ହୋଇଥିବାବେଳେ ତିନି ମାସରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି।

ଭୁବନେଶ୍ୱର ୦୯-୦୭-୨୦୨୫(ଏସ.ଏମ.) :  ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସଫଳତା। ସିଏମଆଇଇ ରିପୋର୍ଟ ଅନୁସାରେ ଏପ୍ରିଲରୁ ଜୁନ ମଧ୍ୟରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ ଏହି ସମୟରେ ଅନ୍ୟ ସମସ୍ତ ରାଜ୍ୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ନିବେଶ ହୋଇଥିବାବେଳେ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେମିକାଲ , ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି ।ଶିଳ୍ପ ମନ୍ତ୍ରୀ କହିଛନ୍ତି ସରକାରଙ୍କ ପ୍ରତି ନିବେଶକଙ୍କ ଭରସା ବଢ଼ିଛି। ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ ହୋଇଥିବାବେଳେ ତିନି ମାସରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି। ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକୀଙ୍ଗ ହୋଇଛି। ଆଗାମୀ ଦିନରେ ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ସରକାର ଗ୍ରାଉଣ୍ଡିଙ୍ଗ ପାଇଁ ଯୋଜନା କରୁଛନ୍ତି। ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ।୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ।ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାଗା ଚିହ୍ନଟ ସରିଥିବା ବେଳେ ପରବର୍ତ୍ତୀ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଜୁନ ୧୬ ତାରିଖରେ ୧ ଲକ୍ଷ ୨୮ ହଜାର କୋଟିର ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟକୁ ଅନୁମୋଦନ ଦିଆଯାଇଥିଲା ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *