ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ତହବୁର ରାଣାର ବିସ୍ଫୋରକ ବୟାନ

ତହବୁର ରାଣାର ବିସ୍ଫୋରକ ବୟାନ

୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ଆଜି ଏକ ବଡ଼ ବିସ୍ଫୋରକ ବୟାନ ଦେଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର କିଛିଦିନ ପୂର୍ବରୁ ସେ ମୁମ୍ବାଇରେ ଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର୦୮-୦୭-୨୦୨୫( ଏସ .ଏମ ) :୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ଆଜି ଏକ ବଡ଼ ବିସ୍ଫୋରକ ବୟାନ ଦେଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର କିଛିଦିନ ପୂର୍ବରୁ ସେ ମୁମ୍ବାଇରେ ଥିଲା। ସେ ପାକିସ୍ତାନୀ ସେନାର ଜଣେ ବିଶ୍ବସ୍ତ ପ୍ରତିନିଧି ବୋଲି ମଧ୍ୟ କହିଛି। ଦିଲ୍ଲୀର ତିହାର ଜେଲ୍‌ରେ ଏନ୍‌ଆଇଏ ହାଜତରେ ଥିବା‌ ରାଣା ଜେରା ସମୟରେ ମୁମ୍ବାଇ ଅପରାଧ ଶାଖାକୁ କହିଛି ଯେ ସେ ଏବଂ ଡେଭିଡ କୋଲମ୍ୟାନ୍‌ ହେଡଲି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି ( ଲସ୍କର ଏ ତୋଇବା)ର ଏକାଧିକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେ‌ଇଥିଲେ। ରାଣା କହିଛି ଏଲ୍‌ଇଟି ମୁଖ୍ୟତଃ ଏକ ଗୁଇନ୍ଦା ନେଟ୍‌ୱର୍କ ଭାବେ କାମ କରେ। ରାଣା ସ୍ବୀକାର କରିଛି ଯେ ସେ ୨୬/୧୧ ଆକ୍ରମଣ ପୂର୍ବରୁ ସେ ମୁ୍ବାଇରେ ଥିଲା। ସେ ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍‌ ଭଳି ସ୍ଥାନ ଯାଇଛି ଏବଂ ସେ ବିଶ୍ବାସ କରେ ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ହୋଇଛି। ୬୪ ବର୍ଷୀୟ ରାଣା ଚଳିତ ବର୍ଷ ଭାରତକୁ ପ୍ରତ୍ୟର୍ପିତ ହୋଇଥିଲା। ଆମେରିକା ସୁପ୍ରିମକୋର୍ଟ ଏପ୍ରିଲ ୪ ତାରିଖରେ ରାଣାର ରିଭ୍ୟୁ ପିଟିସନ୍‌ ଖାରଜ କରିବାପରେ ରାଣା ପ୍ରତ୍ୟର୍ପିତ ହୋଇଥିଲା। ରାଣାକୁ ମେ’ରେ ଭ‌ାରତକୁ ଅଣାଯିବାପରେ ତାକୁ ଏନ୍‌ଆଇଏ ଦ୍ବାରା ନ୍ୟାୟିକ ହାଜତକୁ ନିଆଯାଇଥିଲା। ଷଡ଼ଯନ୍ତ୍ର, ହତ୍ୟା‌, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଜାଲିଆତି ଅଭିଯୋଗରେ ରାଣାକୁ ନ୍ୟାୟିକ ହାଜତ ନିଆଯାଇଛି। ଗତ ମାସରେ ଦିଲ୍ଲୀ କୋର୍ଟ ରାଣାର ନ୍ୟାୟିକ ହାଜତ ମିଆଦ ଜୁଲାଇ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଡେଭିଡ କୋଲମ୍ୟାନ୍‌ ହେଡଲିକୁ ରାଣା କିଭଳି ‌ସହଯୋଗ କରିଥିଲା ସେ ସଂକ୍ରାନ୍ତରେ ସୂଚନା ଦେଇଛି। ରାଣା କହିଛି ଯେ ପାକିସ୍ତାନର ରାୱଲପିଣ୍ଡିରେ ଥିବା ଆର୍ମି ମେଡିକାଲ କଲେଜରୁ ସେ ୧୯୮୬ ମସିହାରେ ଏମ୍‌ବିବିଏସ୍‌ କରିଥିଲା। ଏହାପରେ ପାକିସ୍ତାନ ସେନାରେ ଜଣେ ଡାକ୍ତରଭାବେ କ୍ବେଟାରେ ଯୋଗ ଦେଇଥିଲା। ଫୁସଫୁସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଡ୍ୟୁଟିରେ ଅନୁପସ୍ଥିତ ରହିବାରୁ ତାକୁ ପଳାତକ ଘୋଷଣା କରାଯାଇଥିଲା। ଏହା ସତ୍ତ୍ବେ ପାକିସ୍ତାନ ସାମରିକ ପ୍ରତିଷ୍ଠାନ ତାକୁ ବିଶ୍ବାସ କରୁଥିଲା। ଏଥିପାଇଁ ତାକୁ ଉପସାଗରୀୟ ଯୁଦ୍ଧ ସମୟରେ ଏକ ଗୁପ୍ତ ମିସନରେ ସାଉଦୀ ଆରବ ପଠା ଯାଇଥିଲା। କାନାଡାରେ ରହି ରିଅଲ ଇଷ୍ଟେଟ, ମାଂସ ପ୍ରକ୍ରିୟାକରଣ ଏବଂ ଗ୍ରୋସରି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ଜର୍ମାନୀ, ବ୍ରିଟେନ ଏବଂ ଆମେରିକାରେ ମଧ୍ୟ ବାସ କରିଛି।

୧୯୭୪ରୁ ୧୯୭୯ ପର୍ଯ୍ୟନ୍ତ ପାକିସ୍ତାନର ହାସନଅବଦଲସ୍ଥିତ କ୍ୟାଡେଟ୍‌ କଲେଜରେ ରାଣା‌ ଏବଂ ‌ହେଡଲି ଏକାଠି ପଢ଼ୁଥିଲେ। ୨୬/୧୧ ଆକ୍ରମଣ ମାମଲାରେ ଏନ୍‌ଆଇଏ ଚାର୍ଜସିଟ୍‌ କହୁଛି ଯେ ହେଡଲି ଇମିଗ୍ରାଣ୍ଟ୍‌ ଲ ସେଣ୍ଟର୍‌ କମ୍ପାନିର ଜଣେ ପ୍ରତିନିଧି ବୋଲି ଦର୍ଶାଇ ଦିଲ୍ଲୀ, ମୁମ୍ବାଇ, ଜୟପୁର, ପୁଷ୍କର, ଗୋଆ ଏବଂ ପୁନେ ସମେତ ଅନେକ ଭାରତୀୟ ସହରକୁ ଯାଇଥିଲା। ରାଣା କହିଛି ଯେ ‌‌ଏହି କମ୍ପାନି ତାର ମାନସ ସନ୍ତାନ ଥିଲା। ଜଣେ ମହିଳା ତାହାକୁ ପରିଚାଳନା କରିଥିଲା। ଆତଙ୍କବାଦୀମାନେ ୨୬/୧୧ ଆକ୍ରମଣ ପୂର୍ବରୁ ଏହି ଅଫିସ୍‌ ଜରିଆରେ ଗୁରୁତ୍ବପୂର୍ଣ୍ଣ ସୂଚନା ପାଉଥିଲେ। ରାଣା ପ୍ରକାଶ କରିଛି ଯେ ସେ ୨୦୦୮ ନଭେମ୍ବରରେ ଭାରତ ଆସିଥିଲା ଏବଂ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ ୨୦ ଏବଂ ୨୧ ତାରିଖରେ ସେ ମୁମ୍ବାଇ ପୋୱାଇର ଏକ ହୋଟେଲରେ ରହିଥିଲା। ଆକ୍ରମଣର ଅଳ୍ପ ସମୟ ପୂର୍ବରୁ ସେ ଦୁବାଇ ଦେଇ ବେଜିଂ ପଳାଇଥିଲା। କ୍ରାଇମ ବ୍ରାଞ୍ଚ ଦ୍ବାରା ୨୦୨୩ ମସିହାରେ ଦାଖଲ ୪୦୫ ପୃଷ୍ଠାର ଅତିରିକ୍ତ ଅଭିଯୋଗଫର୍ଦ୍ଦରେ ଦର୍ଶାଯାଇଛି ଯେ ହେଡଲିକୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଭଳି ଜନଗହଳି ସ୍ଥାନଗୁଡ଼ିକ ସଂପର୍କରେ ସୂଚନା ଦେବାରେ ରାଣା ସାହାଯ୍ୟ କରିଥିଲା। ହେଡଲିକୁ ଭାରତରେ ପ୍ରବେଶ କରିବା ପାଇଁ ରାଣା ନକଲି ଦସ୍ତାବିଜ ପ୍ରଦାନରେ ସାହାଯ୍ୟ କରିଥିଲା। ୨୬/୧୧ ଆକ୍ରମଣର ଯୋଜନା କରିଥିବା ପାକିସ୍ତାନୀ ଅଧିକାରୀ ସାଜିଦ ମିର, ଅବଦୁଲ ରହମାନ ପାସା ଆଦିଙ୍କୁ ସେ ଜାଣିଥିବା କହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70