ଘଟଣା ଦୁର୍ଘଟଣାଦେଶ- ବିଦେଶ

ତାମିଲନାଡ଼ୁରେ ସ୍କୁଲ ଭ୍ୟାନ୍‌ ଉପରକୁ ମାଡ଼ିଗଲା ଟ୍ରେନ୍‌

ତାମିଲନାଡ଼ୁରେ ସ୍କୁଲ ଭ୍ୟାନ୍‌ ଉପରକୁ ମାଡ଼ିଗଲା ଟ୍ରେନ୍‌

ତାମିଲନାଡ଼ୁରେ ଆଜି ଏକ ସ୍କୁଲ ଭ୍ୟାନ୍‌ ଉପରେ ଟ୍ରେନ୍‌ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ତାମିଲନାଡ଼ୁରେ ଆଜି ଏକ ସ୍କୁଲ ଭ୍ୟାନ୍‌ ଉପରେ ଟ୍ରେନ୍‌ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି। କୁଡ଼‌ାଲୋର ନିକଟସ୍ଥ ସୀମଙ୍କୁପ୍ପମରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ସ୍କୁଲ ଭ୍ୟାନ୍‌ରେ ୫ ଜଣ ଛାତ୍ର ଏବଂ ଡ୍ରାଇଭର ଥିଲେ। ମିଳିଥିବା ସୂଚନାନୁଯାୟୀ ସ୍କୁଲ୍‌ ଭ୍ୟାନ୍‌ଟି ଏକ ଖୋଲା ରେଲୱେ ଗେଟ୍‌ ଅତିକ୍ରମ କରୁଥିବାବେଳେ ଏହାକୁ ଟ୍ରେନ୍‌ ଧକ୍କା ଦେଇଥିଲା ଏବଂ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ସ୍ଥାନୀୟ ବାସିନ୍ଦାମାନେ ରେଳ ଧାରଣାରେ ୨ ଜଣ ଛାତ୍ରଙ୍କ ମୃତଦେହ ପାଇବାପରେ ତୁରନ୍ତ କର୍ତ୍ତୃପକ୍ଷମାନଙ୍କୁ ଜଣାଇଥିଲେ। ଅନ୍ୟ ଜଣେ ଛାତ୍ରଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରେଳବାଇ ବିଭାଗ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରେଳବାଇ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଭ୍ୟାନ୍‌ଟି ଏକ ମାନବ ପରିଚାଳିତ ଟ୍ରାକ୍‌ ଅତିକ୍ରମ କରୁଥିବା ସମୟରେ ଏହାକୁ ଟ୍ରେନ୍‌ ନମ୍ବର ୫୬୮୧୩ ଧକ୍କା ଦେଇଥିଲା। ମେଡିକାଲ ଉପକରଣ ସହ ଏକ ରିଲିଫ୍‌ ଟ୍ରେନ୍‌କୁ ଉକ୍ତ ସ୍ଥଳକୁ ପଠାଯାଇଥିଲା। ଏଥିସହ ଡିଆରଏମ୍‌ (ଡିଭିଜନାଲ ‌ରେଲୱେ ମ୍ୟାନେଜର) ଏବଂ ବ୍ରାଞ୍ଚ୍‌ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *