ତୁମର ଅଧୁରା ସ୍ବପ୍ନ ମୁଁ ନିଶ୍ଚୟ ପୁରା କରିବି: ରାହୁଲ ଗାନ୍ଧୀ
ତୁମର ଅଧୁରା ସ୍ବପ୍ନ ମୁଁ ନିଶ୍ଚୟ ପୁରା କରିବି: ରାହୁଲ ଗାନ୍ଧୀ
ତୁମର ଅପୂର୍ଣ୍ଣ ସ୍ୱପ୍ନଗୁଡ଼ିକୁ ସତ କରିବା ପାଇଁ ମୁଁ ସଂକଳ୍ପ ନେଇଛି। ଏବଂ ମୁଁ ନିଶ୍ଚିତ ଭାବରେ ସେଗୁଡ଼ିକୁ ପୂରଣ କରିବି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାପା ରାଜୀବ ଗାନ୍ଧୀଙ୍କ ଆଜି ୩୪ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି ବାପା, ତୁମର ସ୍ମୃତି ମୋତେ ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ କରେ। ତୁମର ଅପୂର୍ଣ୍ଣ ସ୍ୱପ୍ନଗୁଡ଼ିକୁ ସତ କରିବା ପାଇଁ ମୁଁ ସଂକଳ୍ପ ନେଇଛି। ଏବଂ ମୁଁ ନିଶ୍ଚିତ ଭାବରେ ସେଗୁଡ଼ିକୁ ପୂରଣ କରିବି। ’ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, “ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ, ମୁଁ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।”