ଦେଶ- ବିଦେଶରାଜନୀତି

ତେଲେଙ୍ଗାନା ବିଜେପିରେ ବିବାଦ

ତେଲେଙ୍ଗାନା ବିଜେପିରେ ବିବାଦ

ତେଲେଙ୍ଗାନା ବିଜେପିରେ ‌ରାଜ୍ୟ ସଭାପତି ପଦବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଭାପତି ଭାବେ ରାମଚନ୍ଦ୍ର ରାଓଙ୍କୁ ମନୋନୀତ କରାଯିବା ନେଇ ଆଲୋଚନା ଜୋର୍‌ ଧରିଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟାଣୁଆ ବିଧାୟକ ଟି ରାଜା ସିଂହ ଆଜି ଦଳ ଛାଡ଼ିଛନ୍ତି

ହାଇଦ୍ରାବାଦ/ଭୁବନେଶ୍ୱର ୦୧-୦୭-୨୦୨୫ (ଏସ .ଏମ ) : ତେଲେଙ୍ଗାନା ବିଜେପିରେ ‌ରାଜ୍ୟ ସଭାପତି ପଦବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଭାପତି ଭାବେ ରାମଚନ୍ଦ୍ର ରାଓଙ୍କୁ ମନୋନୀତ କରାଯିବା ନେଇ ଆଲୋଚନା ଜୋର୍‌ ଧରିଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟାଣୁଆ ବିଧାୟକ ଟି ରାଜା ସିଂହ ଆଜି ଦଳ ଛାଡ଼ିଛନ୍ତି। ରାମଚନ୍ଦ୍ର ରାଓ ଜଣେ ଫୌଜଦାରୀ ମାମଲାର ଆଇନଜୀବୀ ଓ ଦଳର ବହୁ ପୁରାତନ ନେତା। ସେ ଅରୁଣ ଜେଟଲିଙ୍କ ମଧ୍ୟ ଘନିଷ୍ଠ ବନ୍ଧୁଥିଲେ। ଏହା ବ୍ୟତୀତ ସେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରବିବାର ସନ୍ଧ୍ୟାରେ ରାମଚନ୍ଦ୍ର ରାଓଙ୍କୁ ଦଳର ସାଂଗଠନିକ ସମ୍ପାଦକ ଚନ୍ଦ୍ରଶେଖର ଫୋନ୍‌ କରିଥିଲେ।

ସୋମବାର ପୂର୍ବାହ୍‌ଣରେ ଫୋନ୍‌ କରି ଦଳର ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭାପତି ପଦବି ନିମନ୍ତେ ନାମାଙ୍କନ ଦାଖଲ କରିବାକୁ କହିଥିଲେ। ଦଳର ଏହି ନିଷ୍ପତ୍ତିକୁ ବିଧାୟକ ଟି ରାଜା ସିଂହ ତୀବ୍ର ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କୁ ଚିଠି ଲେଖି ନିଜର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେଲେଙ୍ଗାନାରେ ବିଜେପି ପ୍ରଥମ ସରକାର ଗଠନ ନିମନ୍ତେ ପ୍ରସ୍ତୁତ, କିନ୍ତୁ ତ୍ରୁଟିପୂର୍ଣ୍ଣ ନେତୃତ୍ବ ଚୟନ ଏହାକୁ ବିପବଗ୍ରସ୍ତ କରିଛି ବୋଲି ସେ କହିଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *