ଖେଳଦେଶ- ବିଦେଶ

ଦଳୀୟ ହିତ ଆଗରେ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ତୁଚ୍ଛ। ଏକଥା ପ୍ରମାଣିତ କରିଛନ୍ତି : ୱିଆନ ମୁଲଡର

ଦଳୀୟ ହିତ ଆଗରେ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ତୁଚ୍ଛ। ଏକଥା ପ୍ରମାଣିତ କରିଛନ୍ତି : ୱିଆନ ମୁଲଡର

ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ବ୍ୟକ୍ତିଗତ ଭାବେ ୩୬୭ ରନ୍‌ରେ ଅପରାଜିତ ଥିବାରୁ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ବ୍ୟାଟର୍‌ ବ୍ରାଏନ ଲାରାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍‌ (୪୦୦*)କୁ ଟପିବାର ସୁବର୍ଣ୍ଣ ସୁଯୋଗ ହାତ ପାଆନ୍ତାରେ ଥିଲା

ବୁଲାୱାଓ/ନୂଆଦିଲ୍ଲୀ୦୮-୦୭-୨୦୨୫( ଏସ .ଏମ ) : ଳୀୟ ହିତ ଆଗରେ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ତୁଚ୍ଛ। ଏକଥା ପ୍ରମାଣିତ କରିଛନ୍ତି ଦକ୍ଷିଣ ଆଫ୍ରିକାର କାମଚଳା ଅଧିନାୟକ ୱିଆନ ମୁଲଡର। ଏଠାରେ ଖେଳାଯାଉଥିବା ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ବ୍ୟକ୍ତିଗତ ଭାବେ ୩୬୭ ରନ୍‌ରେ ଅପରାଜିତ ଥିବାରୁ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ବ୍ୟାଟର୍‌ ବ୍ରାଏନ ଲାରାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍‌ (୪୦୦*)କୁ ଟପିବାର ସୁବର୍ଣ୍ଣ ସୁଯୋଗ ହାତ ପାଆନ୍ତାରେ ଥିଲା। ତେବେ ଏକଥାକୁ ଖାତିର ନକରି ନିଜ ଦଳର ବୋଲର୍‌ମାନଙ୍କୁ ଜିମ୍ବାୱେକୁ ଦୁଇ ଥର ଅଲ୍‌ଆଉଟ୍ କରିବାର ପର୍ଯ୍ୟପ୍ତ ସୁଯୋଗ ଦେବା ଲାଗି ମୁଲଡର୍ ଏହି ବିରଳ ରେକର୍ଡର ୩୩ ରନ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳିକୁ ୬୨୬/୫ରେ ଘୋଷଣା କରି ଦେଇଥିଲେ।

ଫଳରେ ଗୋଟିଏ ପାଳିରେ ସର୍ବୋଚ୍ଚ ବ୍ୟକ୍ତିଗତ ଟେଷ୍ଟ୍ ରନ୍ ତାଲିକାରେ ପଞ୍ଚମ ସ୍ଥାନରେ ରହିଥିଲେ। ଏହି ତାଲିକାରେ ଏବେ ଲାରା (୪୦୦*, ବନାମ ଇଂଲଣ୍ଡ, ସେଣ୍ଟ ଜନ୍ସ, ୨୦୦୪) ପ୍ରଥମ ସ୍ଥାନରେ ଥିଲାବେଳେ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ମାଥ୍ୟୁ ହେଡେନ୍ (୩୮୦, ବନାମ ଜିମ୍ବାୱେ, ପର୍ଥ, ୨୦୦୩), ବ୍ରାଏନ ଲାରା (୩୭୫ ବନାମ ଇଂଲଣ୍ଡ, ସେଣ୍ଟ ଜନ୍ସ, ୧୯୯୪), ମାହେଲା ଜୟବର୍ଦ୍ଧନେ (୩୭୪, ବନାମ ଦକ୍ଷିଣ ଆଫ୍ରିକା କଲମ୍ବୋ)ଙ୍କ ପଛକୁ ମୁଲଡର୍‌ ପଞ୍ଚମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆ‌ଫ୍ରିକୀୟ ବୋଲର ସୋମବାର ଦ୍ବିତୀୟ ଦିନରେ ଜିମ୍ବାୱେକୁ ପ୍ରଥମ ପାଳିରେ ୧୭୦ ରନ୍‌ରେ ଅଲଆଉଟ୍ କରି ଦେଇଛନ୍ତି। ଫଲୋଅନ୍ ପରେ ଜିମ୍ବାୱେ ଷ୍ଟମ୍ପ୍ସ ବେଳକୁ ବିନା କ୍ଷତିରେ ୧ ରନ୍ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *