ଘଟଣା ଦୁର୍ଘଟଣାଦେଶ- ବିଦେଶ

ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଆସିଲା ନୂଆ ତଥ୍ୟ

ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଆସିଲା ନୂଆ ତଥ୍ୟ

୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି

ଅହମଦାବାଦ୍‌/ଭୁବନେଶ୍ୱର ୧୮-୦୬-୨୦୨୫(ଏସ .ଏମ ) :ହମଦାବାଦରେ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି ।ଅହମଦାବାଦରୁ ଲଣ୍ଡନକୁ ଯାଉଥିବା ଏହି ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ କ୍ରାସ୍ କରିଯାଇଥିଲା, ଯେଉଁଥିରେ କି ୧୨ ଜଣ କ୍ରୁ ମେମ୍ବରଙ୍କ ସହିତ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୨୪୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ, ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଥିଲେ । ମିଳିଥିବା ସୂଚନା ମୁତାବକ, ଏୟାର ଇଣ୍ଡିଆର ଏହି ବିମାନଟିକୁ ଜୁନ୍ ୨୦୨୩ରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା ।ଡିସେମ୍ବର ମାସରେ ମଧ୍ୟ ଏହାର ଆଗାମୀ ସମ୍ପୂର୍ଣ୍ଣ ଯାଞ୍ଚ ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ପୂର୍ବରୁ ହିଁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *