ଦୁର୍ବଳ ହେଉଛି ମାଓ ଦୁର୍ଗ, ୨୪ ଘଣ୍ଟାରେ ୪୫ ମାଓବାଦୀଙ୍କ ଆତ୍ମସମର୍ପଣ
ଦୁର୍ବଳ ହେଉଛି ମାଓ ଦୁର୍ଗ, ୨୪ ଘଣ୍ଟାରେ ୪୫ ମାଓବାଦୀଙ୍କ ଆତ୍ମସମର୍ପଣ
ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି । ସେପଟେ ନାରାୟଣପୁର ଏବଂ ସୁକମାରେ ମାଓବାଦୀଙ୍କ ଆତ୍ମସମର୍ପଣ ୨୪ ଘଣ୍ଟାରେ ୪୫ରେ ପହଞ୍ଚିଛି
ରାଇପୁର/ଭୁବନେଶ୍ୱର୧୨-୦୭-୨୦୨୫(ଏସ .ଏମ ) : ଭୁଶୁଡୁଛି ଲାଲ୍ ଗଡ଼ । ଆଉ କିଛି ଦିନ ଭିତରେ ଧ୍ବଂସ ହୋଇଯିବ ମାଓ ଦୁର୍ଗ । କାରଣ ଯେଉଁ ପରିମାଣରେ ମାଓବାଦୀମାନେ ବନ୍ଧୁକ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ଏବଂ ଅମାନିଆ ମାଓବାଦୀଙ୍କୁ ନିପାତ କରାଯାଉଛି । ତାହାକୁ ଲକ୍ଷ୍ୟ କଲେ ଜଣା ପଡୁଛି କି ଭାରତକୁ ମାଓମୁକ୍ତ କରିବାକୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ଟାର୍ଗେଟ୍ ପୂର୍ବରୁ ସଫଳ ହେବ ।
ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ ଏଲେକ୍ସ ପଲ୍ ମେନନ ଅପହରଣ ମାଷ୍ଟରମାଇଣ୍ଡ ଲୋକେଶର ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୮ କୁଖ୍ଯାତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀଙ୍କ ମଧ୍ଯରେ ଅଛନ୍ତି ୯ ଜଣ ମହିଳା। ସମସ୍ତଙ୍କ ନାଁରେ ୧ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ତେବେ ଛତିଶଗଡ ନାରାୟଣପୁରରେ ମଧ୍ଯ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
ଇତିମଧ୍ୟରେ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି-
ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି । ସେପଟେ ନାରାୟଣପୁର ଏବଂ ସୁକମାରେ ମାଓବାଦୀଙ୍କ ଆତ୍ମସମର୍ପଣ ୨୪ ଘଣ୍ଟାରେ ୪୫ରେ ପହଞ୍ଚିଛି ।