ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ପ୍ରଧାନମନ୍ତ୍ରୀ
ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ପ୍ରଧାନମନ୍ତ୍ରୀ
ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୁଣି ଥରେ ପହଲଗାମ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକତାକୁ ଦୋହରାଇଛନ୍ତି।ଏହି ଦୁଃଖରେ ସାରା ବିଶ୍ୱ ଭାରତ ସହିତ ଅଛି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭.୦୪.୨୦୨୫ (ଏସ .ଏମ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୧ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୁଃଖିତ। ଆତଙ୍କବାଦୀ ଆକ୍ରମଣର ଫଟୋ ଦେଖିବା ପରେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଗରମ ହୋଇଯାଇଛି। ଏହି ଆକ୍ରମଣ ଆତଙ୍କବାଦୀଙ୍କ କାପୁରୁଷତାକୁ ଦର୍ଶାଉଛି। କଶ୍ମୀରରେ ଶାନ୍ତି ଫେରି ଆସୁଥିଲା। ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀଙ୍କୁ ଏଭଳି କାଣ୍ଡ ଭିଆଇବାକୂ ଷଡ଼ଯନ୍ତ୍ର କରାଯାଇଛି। ଯାହାଦ୍ବାରା କଶ୍ମୀର ପୁଣି ଅଶାନ୍ତ ହେବ। କିନ୍ତୁ ଦେଶର ୧୪୦ କୋଟି ଭାରତୀୟ ଆଜି ଏକଜୁଟ ହୋଇଛନ୍ତି। ଏହି ଏକତା ଆତଙ୍କବାଦ ବିରୋଧରେ ଆମର ନିର୍ଣ୍ଣାୟକ ଲଢ଼େଇର ମୁଖ୍ୟ ଆଧାର। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜମ୍ମୁ ଏବଂ କଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ସେଠାକାର ଲୋକଙ୍କ ଆୟ ବୃଦ୍ଧି ପାଉଥିଲା। କିନ୍ତୁ ଆତଙ୍କବାଦୀମାନେ ଏହାକୁ ପସନ୍ଦ କଲେ ନାହିଁ। ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧରେ ୧୪୦ କୋଟି ଭାରତୀୟଙ୍କ ଏକତା ହେଉଛି ସବୁଠାରୁ ବଡ଼ ଶକ୍ତି। ଏହି ଏକତା ମଧ୍ୟ ଆମର ଲଢ଼େଇର ମୂଳଦୁଆ। ଏହି ଲଢ଼େଇରେ ସାରା ବିଶ୍ୱ ଆମ ସହିତ ଅଛି। ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ବିଶ୍ୱ ଦେଖୁଛି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ ଏକ ସ୍ୱରରେ କଥା କହୁଛି। ଭାରତର ଲୋକଙ୍କ ମଧ୍ୟରେ ଯେଉଁ କ୍ରୋଧ ଅନୁଭବ ହେଉଛି ତାହା ସାରା ବିଶ୍ୱରେ ଅନୁଭୂତ ହେଉଛି। ବିଶ୍ୱ ନେତାମାନେ ମୋତେ ଫୋନ୍ କରିଥିଲେ ଏବଂ ବାର୍ତ୍ତା ପଠାଇଥିଲେ। ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି। ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛି। ଏହି ଲଢ଼େଇରେ ସାରା ବିଶ୍ୱ ଆମ ସହିତ ଛିଡ଼ା ହୋଇଛି। ମୁଁ ପୀଡିତ ପରିବାରକୁ ପ୍ରତିଶ୍ରୁତି ଦେଉଛି ଯେ, ସେମାନେ ନ୍ୟାୟ ପାଇବେ। ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବ। ଏହି ଆକ୍ରମଣ ପରେ, ସମଗ୍ର ଦେଶର ନାଗରିକମାନେ ରାଜ୍ୟ, ଧର୍ମ, ଭାଷା ଏବଂ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୀଡିତଙ୍କ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଆତଙ୍କବାଦର ମାଲିକମାନେ ଚାହୁଁଛନ୍ତି ଯେ, କଶ୍ମୀର ପୁଣି ଥରେ ଧ୍ୱଂସ ହେଉ। ସେଥିପାଇଁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର କରିଥିଲେ। ଦେଶ ସାମ୍ନାରେ ଥିବା ଏହି ଆହ୍ବାନର ମୁକାବିଲା କରିବା ପାଇଁ ଆମକୁ ଆମର ସଂକଳ୍ପକୁ ମଜବୁତ କରିବାକୁ ପଡିବ।