ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଦ୍ବାରକା ଅଗ୍ନିକାଣ୍ଡ ଘଟଣା

ଦ୍ବାରକା ଅଗ୍ନିକାଣ୍ଡ ଘଟଣା 

ନିଆଁରୁ ବର୍ତ୍ତିବା ପାଇଁ ୮ମ ମହଲାରୁ ଡେଇଁ ବାପା ଓ ୨ ପିଲାଙ୍କ ମୃତ୍ୟୁ

ଦ୍ବାରକା/ଭୁବନେଶ୍ୱର୧୧-୦୬-୨୦୨୫(ଏସ .ଏମ ) : ଦ୍ୱାରକା ସେକ୍ଟର-୧୩ସ୍ଥିତ ଏକ ବହୁତଳ ପ୍ରାସାଦରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ଛୋଟ ପିଲାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଫ୍ଲେକ୍ସ ବୋର୍ଡ ବ୍ୟବସାୟ କରୁଥିବା ୩୫ ବର୍ଷୀୟ ୟଶ ଯାଦବ, ତାଙ୍କ ୧୦ ବର୍ଷର ପୁଅ ଓ ଛୋଟ ଝିଅ। ଅଗ୍ନିତେଜ ତୀବ୍ର ହେବାରୁ ଯାଦବ ତାଙ୍କ ଦୁଇ ପିଲାଙ୍କ ସହ ଶବ୍ଦ ସୋସାଇଟିରେ ୮ମ ମହଲାରେ ଥିବା ନିଜ ଘରର ବାଲକୋନିରୁ ଡେଇଁ ପଡ଼ିଥିଲେ। ତିନିଜଣଙ୍କୁ ଆଇଜିଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରୁ ଯାଦବଙ୍କ ପତ୍ନୀ ଓ ବଡ଼ ପୁଅ ବର୍ତ୍ତି ଯାଇଛନ୍ତି। ସେମାନେ ନିଆଁରୁ ବର୍ତ୍ତିବାରେ ସକ୍ଷମ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ସକାଳ ପ୍ରାୟ ୯ଟା ୫୮ରେ କୋଠାର ଅଷ୍ଟମରୁ ନବମ ମହଲା ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫ୍ଏସ୍) ନିଆଁକୁ ଆୟତ୍ତ କରିବା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୧୩ଟି ଦମକଳ ଗାଡ଼ି ଏବଂ ୮୮ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଅନ୍ୟ ସମସ୍ତ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *