ଦେଶ- ବିଦେଶରାଜନୀତି

ଦ୍ରୌପଦୀ ମୁର୍ମୁ, ରାମନାଥ କୋବିନ୍ଦଙ୍କ ନାମ ଭୁଲ୍ ଉଚ୍ଚାରଣ କଲେ ଖଡ଼ଗେ

ଦ୍ରୌପଦୀ ମୁର୍ମୁ, ରାମନାଥ କୋବିନ୍ଦଙ୍କ ନାମ ଭୁଲ୍ ଉଚ୍ଚାରଣ କଲେ ଖଡ଼ଗେ

‘ମୁର୍ମାଜୀ’ ଓ ‘କୋଭିଡ୍’ କଂଗ୍ରେସ ମୁଖ୍ୟଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ଭୁଲ୍ ନାମ ଉଚ୍ଚାରଣକୁ ନେଇ ବିବାଦ

ରାୟପୁର/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଛତିଶଗଡ଼ରେ ଏକ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଭୁଲ୍‌ ଉଚ୍ଚାରଣ କରିଛନ୍ତି। ଏହାକୁ ନେଇ ଖଡ଼ଗେଙ୍କୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ରାୟପୁରର ସାଇନ୍ସ ଗ୍ରାଉଣ୍ଡରେ ଖଡ଼ଗେ ରାଷ୍ଟ୍ରପତିଙ୍କୁ ‘ମୁର୍ମାଜୀ’ ବୋଲି ସମ୍ବୋଧନ କରୁଥିବା ଶୁଣିବାକୁ ମିଳୁଛି। ତେବେ ସେ ତୁରନ୍ତ ନିଜକୁ ସୁଧାରି ‘ମୁର୍ମୁ’ ବୋଲି କହିଥିଲେ। ଏହାର କିଛି ସେକେଣ୍ଡ ପରେ ସେ ପୁଣି ଥରେ ‘କୋବିନ୍ଦ’ ବଦଳରେ ‘କୋଭିଡ୍’ ବୋଲି ଭୁଲ୍ ଉଚ୍ଚାରଣ କରିଥିଲେ। ଛତିଶଗଡ଼ ଜଙ୍ଗଲରେ ବ୍ୟାପକ ଗଛକଟା ପ୍ରସଙ୍ଗରେ ବକ୍ତବ୍ୟ ରଖି ବିଜେପି ଓ ଏହାର ଶିଳ୍ପପତି ବନ୍ଧୁମାନେ ଜମି ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ଖଡ଼ଗେ। ଆମର ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷିତ ରଖିବା ଆବଶ୍ୟକ। ତେଣୁ ଆମକୁ ଏକଜୁଟ ହେବାକୁ ପଡ଼ିବ। ସେମାନେ (ବିଜେପି) କହୁଛନ୍ତି ଯେ ଆମେ (ଦ୍ରୌପଦୀ) ମୁର୍ମା ଓ (ରାମନାଥ) କୋଭିଡ୍ (କୋବିନ୍ଦଙ୍କୁ) ରାଷ୍ଟ୍ରପତି କରିଛୁ, କିନ୍ତୁ କାହିଁକି? ଆମର ସମ୍ବଳ, ଜଙ୍ଗଲ, ଜଳ ଓ ଜମି ଚୋରି କରିବା ପାଇଁ। ଆଜି ଆଦାନୀ ଓ ଅମ୍ବାନୀଙ୍କ ଭଳି ଲୋକ ଏହାକୁ ଦଖଲ କରୁଛନ୍ତି ବୋଲି ଖଡ଼ଗେ କହିଥିଲେ। ଏହାପରେ ମହିଳା ବିରୋଧୀ, ଦଳିତ ବିରୋଧୀ ଓ ଆଦିବାସୀ ବିରୋଧୀ ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। କଂଗ୍ରେସ ସଭାପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ସମଗ୍ର ଆଦିବାସୀ ବର୍ଗ ଏହାକୁ ନିନ୍ଦା କରୁଛନ୍ତି। ଏପରିକି ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କୋଭିଡ୍ ଭଳି ଶବ୍ଦ ବ୍ୟବହାର କରିଥିଲେ ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି।

ଦ୍ରୌପଦୀ ମୁର୍ମୁ, ରାମନାଥ କୋବିନ୍ଦଙ୍କ ନାମ ଭୁଲ୍ ଉଚ୍ଚାରଣ କଲେ ଖଡ଼ଗେ
ଛତିଶଗଡ଼ରେ ବିବାଦୀୟ ଭାଷଣର ଭିଡିଓ ଭାଇରାଲ
କଂଗ୍ରେସର ମାନସିକତା ସର୍ବଦା ଦଳିତ ଓ ଆଦିବାସୀ ବିରୋଧୀ: ବିଜେପି

ଅନ୍ୟ ଜଣେ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଖଡ଼ଗେଙ୍କ ଏହି ମନ୍ତବ୍ୟ ଏସ୍‌ସି ଓ ଏସ୍‌ଟି ସମ୍ପ୍ରଦାୟ ପ୍ରତି କଂଗ୍ରେସର ଗଭୀର ଘୃଣାକୁ ପ୍ରତିଫଳିତ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁର୍ମାଜୀ, କୋବିନ୍ଦଜୀଙ୍କୁ କୋଭିଡ୍‌ଜୀ ବୋଲି କହିବା ଏବଂ ସେମାନଙ୍କୁ ଜମି ଜବରଦଖଲକାରୀଭାବେ ଚିତ୍ରଣ କରିବା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ପ୍ରତି କଂଗ୍ରେସର ଗଭୀର ଘୃଣାକୁ ପ୍ରତିଫଳିତ କରୁଛି। ସାଧାରଣ ଦଳିତଙ୍କ କଥା କ’ଣ କହିବା, ସେମାନେ ଭାରତର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ବି ଛାଡି ନାହାନ୍ତି ବୋଲି ପୁନାୱାଲା କହିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେ ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ କଂଗ୍ରେସ ଅସୁବିଧାରେ ପଡ଼ିଛି। ୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ‘ରାଷ୍ଟ୍ରପତ୍ନୀ’ ଶବ୍ଦ ବ୍ୟବହାର କରିଥିଲେ। ଶାସକ ବିଜେପି, ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପରେ ଏହାକୁ ନେଇ ସେତେବେଳେ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *