ରାଜ୍ୟ

ଦ୍ୱିପାଞ୍ଚଳରେ ହେବପଶୁଡାକ୍ତରଖାନା. ବିଭାଗୀୟ ଅଧିକାରୀଙ୍କ ଦ୍ୱିପାଞ୍ଚଳର ବିଭିନ୍ନ ସ୍ଥାନ ପରିଭ୍ରମଣ .

ଦ୍ୱିପାଞ୍ଚଳରେ ହେବପଶୁଡାକ୍ତରଖାନା…
ବିଭାଗୀୟ ଅଧିକାରୀଙ୍କ ଦ୍ୱିପାଞ୍ଚଳର ବିଭିନ୍ନ ସ୍ଥାନ ପରିଭ୍ରମଣ 
ନିଆଳୀ ୨୬-୦୭-୨୦୨୫(ଏସ.ଏମ. ) : (ଦ୍ୱିଜବର ମହାପାତ୍ର,) ନିଆଳୀ ଦ୍ୱିପାଞ୍ଚଳରେ ପଶୁ ଡାକ୍ତରଖାନା କରିବାପାଇଁ ବହୁ ଦିନରୁ ଲୋକମାନେ ଅପେକ୍ଷା କରିଥିବା ବେଳେ ତାହା ବର୍ତ୍ତମାନର ପ୍ରଶାସନ ପକ୍ଷରୁ ଏକପ୍ରକାର ସବୁଜ ସଙ୍କେତ ମିଳୁଛି ବୋଲି ଜଣାପଡିଛି | ସୂଚନା ମୂତାବକ ଜିଲ୍ଲା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଭିମନ୍ୟୁ ସାହୁ ,କଟକ ଏମ ଏ ଉପେନ୍ଦ୍ରନାଥ ରଣା ,ନିଆଳୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଂଜନ ଖଟୁଆ , ପ୍ରାଣୀଧନ ନିରୀକ୍ଷକ ଅଶୋକ ପାତ୍ର,ଦିନବନ୍ଧୁ ସାହୁ,ନାରାୟଣ ଦଲାଲଙ୍କ ସମେତ ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇଙ୍କ ପ୍ରତିନିଧି ଲୋକପ୍ରିୟ ନେତା ଜ୍ୟୋତିରଂଜନ ମହାନ୍ତି(ଫଣ୍ଟୁ) ବିଭିନ୍ନ ଏଲ ଆଇ ସେଣ୍ଟର ,ଦ୍ୱିପାଞ୍ଚଳର କେନ୍ଦ୍ରବିନ୍ଦୁ କସର୍ଦାର ସରକାରୀ ଜାଗା ସହିତ ବରିଷଣ,ସିଠାଳୋ ର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ସୁବିଧା ଏବଂ ଯେଉଁ ସ୍ଥାନରେ ଡାକ୍ତରଖାନା ହେଲେ ସମସ୍ତ ପଶୁ ପାଳନ କରୁଥିବା ବ୍ୟକ୍ତିମାନଙ୍କର ସୁବିଧା ହୋଇପାରିବ ତାହା ବିଷୟରେ ବିଭାଗକୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି | ସିଠାଳୋ ସରପଞ୍ଚ କବିତା ମହାପାତ୍ର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି |
Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *