ଦେଶ- ବିଦେଶରାଜନୀତି

ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା

ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୦୭-୨୦୨୫(ଏସ.ଏମ. ) : ନଖଡ଼ଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଜଗଦୀପ ଧନଖଡ଼ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ତାଙ୍କର ପତ୍ର ପହଞ୍ଚିବା ପରେ ରାଷ୍ଟ୍ରପତି ଏହାକୁ ମଞ୍ଜୁର କରିଥିବା ଜଣାଯାଇଛି। ସୋମବାର ଦିନ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ଆଗାମୀ ଅଧିବେଶନକୁ ସାଂସଦ ଅପେକ୍ଷା କରିଥିବା ବେଳେ ଆସିଥିଲା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ତାହା ଥିଲା ଜଗଦୀପ ଧନଖଡ଼ଙ୍କ ଇସ୍ତଫା। ଧନଖଡ଼ ଏତେ ବଡ଼ ନିଷ୍ପତ୍ତି ପରେ ଏବେ ଏକ୍ସ ପୋଷ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। “ଜଗଦୀପ ଧନଖଡ଼ଜୀ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି।”

ତେବେ କେହି ଭାବି ନଥିଲେ ଧନଖଡ଼ ଏଭଳି ଏକ ନିଷ୍ପତ୍ତି ନେବେ। କାରଣ ୧୧ଦିନ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ ଯେ, ୨୦୨୭ରେ ହିଁ ସେ ଅବସର ନେବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ସ୍ପଷ୍ଟ କରିଥିଲେ। ହେଲେ ୧୧ଦିନ ପରେ ଏଭଳି କ’ଣ ଘଟିଲା, ଯାହା ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେବାର କାରଣ ସେ ଦେଇଥିଲେ ବି ଏହାକୁ ବିଶ୍ବାସ କରିବା ଅନେକଙ୍କ ପାଇଁ କଷ୍ଟ। ଏବେ କାହାକୁ ଦେଶର ଉପରାଷ୍ଟ୍ରପତି କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *