TOP STORIESଦେଶ- ବିଦେଶ

ଧର୍ମଶାଳାଠାରେ ଅଧାରୁ ଆଇପିଏଲ୍‌ ମ୍ୟାଚ୍‌ ବାତିଲ

ଧର୍ମଶାଳାଠାରେ ଅଧାରୁ ଆଇପିଏଲ୍‌ ମ୍ୟାଚ୍‌ ବାତିଲ

ଗୁରୁବାର ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବ‌ା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଛି

ଧର୍ମଶାଳା/ଭୁବନେଶ୍ୱର ୦୯.୦୫.୨୦୨୫(ଏସ .ଏମ ) : ପରେସନ୍‌ ସିନ୍ଦୂର-୨.୦’ ପରିପ୍ରେକ୍ଷୀରେ ସୁରକ୍ଷା କାରଣରୁ ଆଇପିଏଲ୍‌ ବି ପ୍ରଭାବିତ ହୋଇଛି। ଗୁରୁବାର ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବ‌ା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଛି। ବର୍ଷା ପାଇଁ ଏହି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ୯.୨୯ ମିନିଟ୍‌ରେ ହଠାତ୍ ୩ଟି ଫ୍ଲଡ୍‌ଲାଇଟ୍‌ ଲିଭିଯିବାରୁ ଖେଳ ଅଟକି ଯାଇଥିଲା। ୧୧ ମିନିଟ୍‌ ପରେ ଏହାକୁ ବାତିଲ ଘୋଷଣା କରିଦିଆଯାଇଥିଲା। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି କାରଣରୁ ଏଚ୍‌ପିସିଏ ଷ୍ଟାଡିୟମ୍‌ରୁ ତୁରନ୍ତ ଦର୍ଶକଙ୍କୁ ହଟାଯାଇଥିଲା। ଷ୍ଟାଡିୟମ୍‌ ଚତୁଃପାର୍ଶ୍ବ ବି ଅନ୍ଧକାରମୟ ହୋଇଯାଇଥିଲା। ଦର୍ଶକଙ୍କ ଭିତରେ ଭୟର ବାତାବରଣ ଖେଳିଯିବାରୁ ସେମାନେ କିଏ କେଉଁଆଡ଼େ ବାହାରି ଯାଇଥିଲେ। କିନ୍ତୁ ବିସିସିଆଇ ଭିନ୍ନ କାରଣ ଦର୍ଶାଇ ଏହାକୁ ବାତିଲ କରାଗଲା ବୋଲି ଘୋଷଣା କରିଛି। ଏଚ୍‌ପିସିଏ ଷ୍ଟାଡିୟମ୍‌ର ଗୋଟିଏ ଲାଇଟ୍‌ ଟାୱାର ବୈଷୟିକ କାରଣରୁ ନଜଳିବାରୁ ମ୍ୟାଚ୍‌କୁ ବାତିଲ କରାଗଲା ବୋଲି ପ୍ରକାଶ କରିଛି।ଏଭଳି ବିଫଳତା ପାଇଁ ବିସିସିଆଇ ମଧ୍ୟ ଦୁଃଖ ପ୍ରକାଶ କରିଛି। ଖେଳାଳିଙ୍କ ସୁରକ୍ଷାକୁ ମଧ୍ୟ ନଜରରେ ରଖି ସେମାନଙ୍କୁ ହୋଟେଲ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଉନା ଦେଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି। ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଉଭୟ ଦଳ ଧର୍ମଶାଳା ପହଞ୍ଚିବା ପରେ ହିଁ ବିମାନବନ୍ଦର ବନ୍ଦ କରିଦିଆଯାଇଥିଲା। ରବିବାର ‌ଧର୍ମଶାଳାରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍‌କୁ ମଧ୍ୟ ଅହମଦାବାଦ ସ୍ଥାନାନ୍ତର କରିନିଆଯାଇଛି। ଏଥି ସହିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକର ଭାଗ୍ୟ ଉପରେ ବି ସନ୍ଦେହ ସୃଷ୍ଟି ହୋଇଛି। ଭାରତରେ ଖେଳାଯିବାକୁ ଥିବା ସମସ୍ତ କ୍ରିକେଟ୍‌ ମ୍ୟାଚ୍‌କୁ ମଧ୍ୟ ବାତିଲ କରିବା ଯୋଜନା କରୁଛି ବିସିସିଆଇ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *